ଜାତୀୟ

ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା

ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା । ସୋମବାର ସନ୍ଧ୍ୟାରେ ଏନଡିଏ ପକ୍ଷରୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ବିହାର ଏନଡିଏରେ ଆସନ ବୁଝାମଣା ଘୋଷଣା କରିଛନ୍ତି।

ବିହାରରେ ଭାରତୀୟ ଜନତା ପାର୍ଟି ୧୭ଟି, ଜନତା ଦଳ-ୟୁନାଇଟେଡ୍ ୧୬ଟି ଏବଂ ଲୋକ ଜନଶକ୍ତି ପାର୍ଟି ୫ଟି ଆସନରେ ନିର୍ବାଚନ ଲଢ଼ିବ। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ଗୋଟିଏ ଲେଖାଏଁ ଆସନ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com