Breaking NewsFeaturedମନୋରଞ୍ଜନ

ଗୁରୁ ଝିଅ ଖୋଜନ୍ତି ନାହିଁ

ବାଗେଶ୍ୱର ଧାମର ମଠାଧିସ ବାବା ଧୀରେନ୍ଦ୍ର ଶାସ୍ତ୍ରୀ, ସନାତନ ଧର୍ମର ସମର୍ଥନରେ ସବୁବେଳେ ଶ୍ୱର ଉତ୍ତୋଳନ କରନ୍ତି । ଅନେକ ଥର ସେ ଭାରତକୁ ହିନ୍ଦୁ ରଷ୍ଟ୍ର ଘୋଷଣା କରିବାକୁ ଦାବି ମଧ୍ୟ କରିସାରିଛନ୍ତି । ତାଙ୍କ ପ୍ରବଚନ ପାଇଁ ସେ ଆଜି ସୋସିଆଲ ମିଡିଆରେ ଜଣେ ଲେକପ୍ରିୟ ଚେହେରା । ହେଲେ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କାହାକୁ ବିବାହ କରିବେ ଧୀରେନ୍ଦ୍ର ଶାସ୍ତ୍ରୀ ତାକୁ ନେଇ ସୋସିଆଲ ମୁଡିଆଠୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଚାଲିଛି ଆଲୋଚନା । ନିକଟରେ କିଏ ବାବାଙ୍କୁ ବାହା ହେବାକୁ ଦାବି କରୁଥିଲେ ତ ଆଉ କିଏ ବାବାଙ୍କ ସହ ଅନ୍ୟ କାହା ନାଁ ଯୋଡି ବିବାହ କରିବାକୁ ଦାବି କରିଥିଲେ । ପୂର୍ବରୁ ବାବା ବାଗେଶ୍ୱରଙ୍କ ନାମ ଦୁଇ ଜଣଙ୍କ ସହ ଯୋଡାସରିଛି । କଥାକାର ଜୟା କିଶୋରୀ ବେଂ ଡାକ୍ତରୀ ଛାତ୍ରୀ ଶିବରଞ୍ଜନୀ ତିୱାରିଙ୍କ ସହ ନାମ ଯୋଡା ଯାଇ ସାରିଥିବା ବେଳେ ସେ କାହାକୁ ବିବାହ କରିବେ ତାହା ସ୍ପଷ୍ଟ ହୋଇନାହିଁ ।

ହେଲେ ଏହାରି ମଧ୍ୟରେ ତାଙ୍କ ଗୁରୁ ରାମଭଦ୍ରାଚାର‌୍ୟ୍ୟ ମହାରାଜ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିବାହକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟମାନଙ୍କ ଭଳି ସେ ମଧ୍ୟ ନିଜ ଶିଷ୍ୟଙ୍କ ବିବାଓହକୁ ଅପେକ୍ଷା କରିବସିଥିବା କହିଛନ୍ତି। ତେବେ ଗୁରୁ ରାମଭଦ୍ରାଚାର‌୍ୟ୍ୟ ମହାରାଜଙ୍କୁ ‘ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପାଇଁ ଝିଅ ଖୋଜୁଛନ୍ତି କି?’ ବୋଲି ପ୍ରଶ୍ନ କରାଯାଇଥିଲା ।

ଆଉ ଏହି ପ୍ରଶ୍ନର ଉତ୍ତରରେ ରାମଭଦ୍ରାଚାର‌୍ୟ୍ୟ ହସି ହସି କହିଥିଲେ ଯେ, ଗୁରୁ ଝିଅ ଖୋଜନ୍ତି ନାହିଁ। ପ୍ରଭୁ ରାମ ମାତା ସୀତାଙ୍କୁ ବାଛିଥିଲେ। ଗୁରୁ ବିଶ୍ୱାମିତ୍ର ତାଙ୍କୁ ଅନୁମୋଦନ କରିଥିଲେ। ସେହିଭଳି ଯେତେବେଳେ ସେ ତାଙ୍କ ପାଇଁ ଯୋଗ୍ୟ ଝିଅ ପାଇବେ, ସେତେବେଳେ ମୁଁ ଅନୁମତି ଦେବି। ସେ ମୋର ଶିଷ୍ୟ। ଯଦି ଆପଣଙ୍କ ଆଖି ଆଗରେ ତାଙ୍କ ପାଇଁ କେହି ଯୋଗ୍ୟ ଝିଅ ଅଛନ୍ତି, ତେବେ ମୋତେ ଜଣାନ୍ତୁ। “

ଗୁରୁ ରାମଭଦ୍ରାଚାର‌୍ୟ୍ୟ ମହାରାଜଙ୍କ ଏହି ଉତ୍ତର ଶୁଣିବା ପରେ ବାଗେସ୍ୱାର ବାବାଙ୍କ ବାହାଘର ପାଇଁ ଝିଅ ଖୋଜା ଚାଲିଥିବା ସ୍ପଷ୍ଟ ଜଣାଯାଉଛି । ଆଉ ଖୁବଶିଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବାଗେଶ୍ୱର ଧାମର ମଠାଧିସ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com