ଅନ୍ୟାନ୍ୟ

ପ୍ଲାଷ୍ଟିକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ:୨ଜଣ ଜିଅନ୍ତା ଦଗ୍ଧ

ମଙ୍ଗଳବାର ସକାଳେ ଦିଲ୍ଲୀର ନରେଲାସ୍ଥିତ ଏକ ପ୍ଲାଷ୍ଟିକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଜଳିଯାଇଛନ୍ତି। ଦୁର୍ଘଟଣାର ସୂଚନା ପାଇବା ପରେ ୧୧ ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। କାରଖାନାର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା।ଦିଲ୍ଲୀ ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଗୁରୁତର ଜଳି ଯାଇଛନ୍ତି। ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ପଠାଯାଇଛି। ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ତଥାପି ୮ ରୁ ୧୦ ଜଣ ଲୋକ ଭିତରେ ଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।  ଏଥି ସହିତ ଅଗ୍ନିଶମ ବିଭାଗର ଟିମ୍ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ପୋଲିସ ସୂତ୍ର ଅନୁଯାୟୀ ଘଟଣାସ୍ଥଳରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ଡାକ୍ତରଖାନା ପଠାଯାଇଛି। ନରେଲା ଠାରେ ପ୍ରାୟ ୮ ଟି ଅଗ୍ନିଶମ ବାହିନୀ ଉପସ୍ଥିତ ଅଛନ୍ତି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ କାରଖାନାରେ ଫସି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି |

Related Articles

Back to top button
WP Twitter Auto Publish Powered By : XYZScripts.com