ଓଡ଼ିଶା

ବିନା ଲାଇସେନ୍ସରେ ଚାଲିଥିଲା କରତ କଳ, ଭିଜିଲାନ୍ସ ଓ ବନ ବିଭାଗର ମିଳିତ ଚଢ଼ାଉ

ଭଦ୍ରକ:  ବେଆଇନ୍‌ କରତକଳରେ ଚଢାଉ । ଏକାସାଙ୍ଗେ ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ଚଢ଼ାଉ ବେଳେ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ କାଠ ଓ ଯନ୍ତ୍ରାଂଶ ଜବତ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଚୁନିପଡା ଛକ ଓ ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁର ଗାଁରେ ଥିବା କାଠ ମିଲ ଉପରେ ଚଢାଉ ହୋଇଛି । ଏହି ଦୁଇଟି କରତ କଳ ବିନା ଲାଇସେନ୍ସରେ ଚାଲୁଥିଲା । ଏନେଇ ବାଲେଶ୍ୱର ଭିଜିଲାନ୍ସ ଓ କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ଅଭିଯୋଗ ଆସିଥିଲା । ଏହାପରେ ଭଦ୍ରକ, ବାଲେଶ୍ୱର , କଟକର ଭିଜିଲାନ୍ସ ଓ ବନ ବିଭାଗ ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରିଛନ୍ତି । ଏହି ଚଢାଉରେ ଦୁଇଟି କାଠ ମିଲରୁ ପ୍ରାୟ ୨୦ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com