ଓଡ଼ିଶା

ପରିକ୍ରମା ପ୍ରକଳ୍ପକୁ କେନ୍ଦ୍ର ସଂସଦୀୟ ଟିମର ପ୍ରଶଂସା, କହିଲେ, ଠିକ୍ ଠାକ୍ ଚାଲିଛି ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ

ପୁରୀ() ଶ୍ରୀମନ୍ଦିର ପ୍ରକଳ୍ପକୁ କେନ୍ଦ୍ର ସଂସଦୀୟ ଟିମର ପ୍ରଶଂସା । ଶ୍ରୀମନ୍ଦିର ପାରିପାର୍ଶ୍ଵିକ ଉନ୍ନତି ଓ ବିକାଶ କାର୍ଯ୍ୟ ଠିକ୍ ଚାଲିଛି | କେନ୍ଦ୍ର ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତ କରି ଏପରି ପ୍ରତିକ୍ରିୟା ରଖିଛନ୍ତି | ଟି ଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଟିମ୍ ପୁରୀ ଆସି ଶ୍ରୀମନ୍ଦିର ପାରିପାର୍ଶ୍ୱିକ ଉନ୍ନତି ଓ ବିକାଶ କାର୍ଯ୍ୟ ଠିକ୍ ଚାଲିଛି କି ନାହିଁ ତାହାର ତଦାରଖ କରିଛି । ଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଆସିଥିବା ଟିମରେ ୧୬ ଜଣ ସଂସଦ ପ୍ରତିନିଧିଙ୍କ ସମେତ ଅନ୍ୟ ୬ ଜଣ ଅଫିସିଆଲ ରହିଛନ୍ତି । ଏହି ଟିମ୍ ସହ ଏଏସଆଇ ଏଡିଜି ମଧ୍ୟ ଆସିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆବଶ୍ୟକ । ଆହୁରି ଅଧିକ ଉନ୍ନତିର ଆବଶ୍ୟକତା ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ ବୋଲି ସଂସଦୀୟ କମିଟି ସଦସ୍ୟ ରାମ ଦାସ ତଡାସ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com