ଓଡ଼ିଶା

ମଦ ପିଇ ଘରକୁ ଆସିଲା, ଟାଙ୍ଗିଆରେ ସ୍ତ୍ରୀକୁ ଦେଲା ଚୋଟେ

ଆନନ୍ଦପୁର() ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର । ଆନନ୍ଦପୁର  ପୌର ପରିଷଦ ୭ ନମ୍ବର ଓ୍ୱାର୍ଡରେ ଘରୋଇ କଳିକୁ ନେଇ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ପୂର୍ବରୁ ଏହି ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହିଥିଲା । ଏପିରିକି ମହିଳା ଜଣକ ନିଜ ବାପ ଘରେ ରହୁଥିଲେ  । କିନ୍ତୁ ବୁଧବାର ଖଜି ନିଜ ଘରକୁ ଫେରିଥିବା ବେଳେ ସ୍ଵାମୀ ମନୁ ମଦ ପିଇ ସ୍ତ୍ରୀକୁ ଟାଙ୍ଗିଆ ଧରି ଆକ୍ରମଣ କରିଥିଲା। ଏଥିରେ ଖଜି ନାୟକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଅପର ପକ୍ଷରେ ସ୍ଵାମୀ ମନୁ ନାୟକ ଫେରାର୍ ହୋଇଯାଇଛନ୍ତି। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com