ଓଡ଼ିଶା

ସ୍କୁଲସ୍ତରରୁ ଅଲିମ୍ପିଆନ୍ ସୃଷ୍ଟି ପାଇଁ ଅଣ୍ଟା ଭିଡିଲେ ସରକାର; ଖୋର୍ଦ୍ଧା-ସୁନ୍ଦରଗଡର ୯୦ଟି ସ୍କୁଲରେ ଆରମ୍ଭ ହେବ ପାଇଲଟ୍ ପ୍ରକଳ୍ପ

ଭୁବନେଶ୍ହର: ହକି ବିଶ୍ବକପ୍  ଆୟୋଜନ ହେଉ କିମ୍ବା ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଗତ କିଛି ବର୍ଷ ହେଲା ଓଡିଶା କ୍ରୀଡା ଭୂତ୍ତି ଭୂମି ସ୍ଥାପନ ନେଇ ଉଲ୍ଲଖନୀୟ ପଦକ୍ଷେପ ନେଇ ଆସୁଛି । ଅନୁରୂପ ଭାବେ ଦେଶର ପ୍ରଥମ ରାଜ୍ୟ ଭାବେ ସ୍କୁଲ ସ୍ତରରୁ ଅଲିମ୍ପିଆନ୍ ସୃଷ୍ଟି ଲକ୍ଷ୍ୟରେ ଆଉ ଏକ ପଦକ୍ଷେପ ନେଇଛି ।

2024 ପ୍ୟାରିସ୍ ଅଲମ୍ପିକ୍ସରେ ଅଧିକ ଓଡିଆ କ୍ରୀଡାବିତ୍ ଙ୍କୁ ପଠାଇବା ନେଇ ଉଦ୍ୟମ ଆରମ୍ଭ କରିଛି । ଚୀନ ଓ ଜାପାନ ପରି ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବା ପାଇଁ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ଉପରେ ଶିକ୍ଷା ଦେବାକୁ ଯୋଜନା କରିଛି । ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି । ଭୁବନେଶ୍ବର ମହାନଗର ନିଗମର ୬୩ ଓ ରାଉରକେଲା ମହାନଗର ନିଗମରେ ୨୭ଟି ସ୍କୁଲରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ ।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ସ୍କୁଲଗୁଡ଼ିକୁ ମନୋନୀତ କରାଯାଇଛି । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରିବେ । ଓଡିଶା ସରକାରଙ୍କ ପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକି ଟିମ୍ ୪ ଦଶନ୍ଧି ପରେ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ସମର୍ଥ ହୋଇଛି । ସେହିପରି ମହିଳା ହକି ଟିମ୍‌ ମଧ୍ୟ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com