ଓଡ଼ିଶା

ସମ୍ଭାବ୍ୟ ବନ୍ୟା ନେଇ ୮ ଜିଲ୍ଲାର ସ୍ଥିତି ପରଖିବେ ୬ ଅଧିକାରୀ

ରାଜ୍ୟରେ ଲଗାଣ ବର୍ଷା ଫଳରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର । ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢିବା ସହ ଜଳମଗ୍ନ ହେଲାଣି ତଳିଆ ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ପ୍ରମୁଖ ନଦୀର ଜଳସ୍ତର । ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ସଜାଗ ଓ ସତର୍କ ଜଳସମ୍ପଦ ବିଭାଗ । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷାରୁ ମୁଣ୍ଡଳୀ ଠାରେ ଜଳସ୍ତର ୮୭.୬୦ ମିଟର ଥିବା ବେଳେ ତଳମୁଣ୍ଡରେ ୮୫.୨୦ ମିଟରରେ ଜଳ ପ୍ରବାହିତ ହେଉଛି ।

ମୁଣ୍ଡଳୀ ବ୍ୟାରେଜ ଦେଇ ୪ ଲକ୍ଷ ୯୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ବାଲେଶ୍ବରରେ ଜଳକା ବଢ଼ୁଛି । ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ବେଳେ କମୁଛି ଜଳସ୍ତର । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ୧୭.୯୬ ମିଟରରେ ପାଣି ପ୍ରବାହିତ ହେଉଛି । ସେପଟେ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଋଷିକୂଲ୍ୟାରେ ଜଳସ୍ତର ରାଇଜିଂ ଟ୍ରେଣ୍ଡରେ ରହିଛି । ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନିୟନ୍ତ୍ରଣ କରିବାକୁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିଛି । ସମ୍ବେଦନଶୀଳ ଅଞ୍ଚଳରେ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ କମର୍ଚାରୀଙ୍କ ଛୁଟି ବାତିଲ କରାଯାଇଛି । ୮ ଜିଲ୍ଲା ପାଇଁ ୬ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଆଜି ଅପରାହ୍ନ ସୁଦ୍ଧା ୬ ଯନ୍ତ୍ରୀ ୮ ଜିଲ୍ଲାକୁ ଯାଇ ସ୍ଥିତି ପରଖିବେ  ।

Related Articles

Back to top button
WP Twitter Auto Publish Powered By : XYZScripts.com