ଅନ୍ୟାନ୍ୟ

ବସ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍ ପୋଲିସ

 ଭୁବନେଶ୍ୱର ୨୦/୧୨/୨୦୨୨-   ବସରେ ଚୋରି କରୁଥିବା ଏକ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ଏହି ଗ୍ୟାଙ୍ଗ ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ ସହିତ ୫୭ ହଜାର ଟଙ୍କା ଜବତ କରାଯାଇଛି । ଲୁଟର ଶିକାର ହୋଇଥିବା ୩ଜଣ ଲୋକଙ୍କୁ ପୋଲିସ ଏହି ଟଙ୍କା ଫେରାଇଛି । ଏମାନେ ଯୋଜନା ବଦ୍ଧ ଭାବେ ପ୍ରଥମେ ବସରେ ଲୋକଙ୍କୁ ଜାଣିଣୁଣି ଘେରି ଯାଇ ଭିଡ ସୃଷ୍ଟି କରନ୍ତି ଏବଂ ସେହି ସୁଯୋଗରେ ଲୋକଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଚୋରି କରୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com