ବାଣିଜ୍ୟ

କାହିଁକି ଇଣ୍ଟେରିୟର ଡିଜାଇନର ହେଲେ ଗୌରୀ ଖାନ ?

ଗୌରୀଙ୍କ ପୁସ୍ତକ ‘ମାଇଁ ଲାଇଫ ଇନ ଡିଜାଇନ’ରେ ଶାହାରୁଖ ଲେଖିଲେ କେମିତି ପତ୍ନୀ ଗୌରୀ ଖାନ ହେଲେ ଇଣ୍ଟେରିୟର ଡିଜାଇନର

 ଭୁବନେଶ୍ୱର, ୨୧/ ୦୪/ ୨୦୨୩ –   ବଲିଉଡର ବାଦସାହା ଶାହାରୁଖ ଖାନ ନିଜ ପତ୍ନୀଙ୍କୁ କେତେ ଭଲ ପାଆନ୍ତି ତାହା କାହାକୁ ବା ଅଛପା । କିଙ୍ଗ ଖାନଙ୍କ ଜୀବନରେ ଗୌରୀଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଅନେକ ଥର ଆପଣ ଶାହାରୁଖଙ୍କ ମୁହଁରୁ ନିଶ୍ଚୟ ଶୁଣିଥିବେ । ନିକଟରେ କିଙ୍ଗ ଖାନ ଗୌରୀଙ୍କ ପୁସ୍ତକ ‘ମାଇଁ ଲାଇଫ ଇନ ଡିଜାଇନ’ର ଆଦ୍ୟଭାଗ ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେତେବେଳେ ମୁଁ ମୋ ନିଜ ବଜେଟରୁ ମୁମ୍ବାଇରେ ଘର କିଣିଥିଲି ସେତେବେଳେ ଗୌରୀ ଗର୍ଭବତୀ ଥିଲେ ।

ଆଉ ସେ ମୋ ପାଇଁ ସ୍ତ୍ରୀରୁ ମୋ ଘରର ଡିଜାଇନର ବନି ଯାଇଥିଲେ । ତେବେ ଗୌରୀ କେମିତି ଜଣେ ଡିଜାଇନର ହେଲେ । ଏହାର ଜବାବରେ ଶାହାରୁଖ ଲେଖିଛନ୍ତି, ଯେତେବେଳେ ଆମେ ମୁମ୍ବାଇରେ ଆମର ପ୍ରଥମ ଘର କିଣିଥିଲୁ ସେତେବେଳେ ଏହା ଆରମ୍ଭ ହୋଇଥିଲା । ଯଦିଓ ଏହା ଲେଖିବା ଜରୁରୀ ନୁହେଁ ତଥାପି ଲେଖୁଛି । ଏହି ଘର କିଣିବା ଆମ ଅର୍ଥର ବାହାରେ ଥିଲା । ଯେହେତୁ ଆମେ ଆମର ପ୍ରଥମ ସନ୍ତାନକୁ ଅପେକ୍ଷା କରିଥିଲୁ ସେନେଇ ରହିବା ପାଇଁ ଏକ ଜାଗା ଦରକାର ଥିଲା । ସେଥିପାଇଁ ଆମେ ଘର କିଣିଥିଲୁ । ତେଣୁ ଆମେ ଭାବିଲୁ ଯେତେବେଳେ ଆମ ପାଖରେ ପଇସା ହେବ ଘର ପାଇଁ ଜିନିଷ କିଣିବୁ । କାରଣ ଆମ ପାଖରେ ଜଣେ ଡିଜାଇନରର ଖର୍ଚ୍ଚ ଉଠାଇବା ପାଇଁ ପଇସା ନଥିଲା ।

ଯେଉଁଥିପାଇଁ ଗୌରୀ ଏହି କାମ କରିଥିଲେ । ଶାହାରୁଖ ଆହୁରୀ ମଧ୍ୟ ଲେଖିଛନ୍ତି, ଏମିତି ଗୋଟେ ଦିନଥିଲା ସୋଫା କିଣିବାକୁ ମଧ୍ୟ ଟଙ୍କା ନଥିଲା । ଆମେ ଥରେ ସୋଫା କିଣିବା ପାଇଁ ଯାଇଥିଲୁ । ହେଲେ ତାହା ବହୁତ ମହଙ୍ଗା ଥିଲା । ତା ପରେ ଆମର ଏକ ନୂଆ ଯାତ୍ରା ଆରମ୍ଭ କଲୁ । ଆମେ ସୋଫା ପାଇଁ ଚମଡା କିଣିଲୁ ଏବଂ ଜଣେ ବଢେଇକୁ ଦେଖାକରି ଗୌରୀ ନୋଟବୁକରେ ବନେଇଥିବା ଡିଜାଇନର ସୋଫା ବନେଇଲୁ ।  ଏମିତି କିଛି ବର୍ଷ ଧରି ଚାଲିଲା । ଯେତେବେଳେ ଅନ୍ୟ ଜିନିଷ ଗୁଡିକ ଭଲ ଲାଗିଲା ସେତେବେଳେ ଆମ ମନ୍ନତ ପରି ବଡ ଘର କିଣିଲୁ । ହେଲେ ପୂର୍ବଭଳି କାହାଣୀଟି ସମାନ ଥିଲା କାରଣ ଆମେ ସବୁ ପଇସା ଘର କିଣିବାରେ ଖର୍ଚ୍ଚ କରିଦେଇଥିଲୁ । ହେଲେ ଘରର ଭିତର ଡିଜାଇନ କରିବାକୁ ଆମ ପାଖରେ ପଇସା ନଥିଲା । ତେଣୁ ପୂର୍ବଭଳି ଗୌରୀ ଆମର ଏଣ୍ଟରୀୟର ଡିଜାଇନର ବନିଗଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com