ଓଡ଼ିଶା
ଏଣିକି ନଈ, ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ
![](https://i0.wp.com/odia.mobilenews24x7.com/wp-content/uploads/2024/04/sfhsfhsfhsf.jpg?resize=780%2C470&ssl=1)
ଏଣିକି ନଈ, ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ। ଗଭୀର ପାଣି ଭିତରେ ଵାଟର୍ପ୍ରୁଫ୍ କ୍ୟାମେରା ପଶି ନିଖୋଜ ଲୋକଙ୍କୁ ଠାବ କରି ଅଗ୍ନିଶମ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବ।
ସେହି ଅନୁଯାୟୀ ନିଖୋଜ ଲୋକଙ୍କୁ ଉଦ୍ଧାର କରାଯିବ। ଅଗ୍ନିଶମ ବିଭାଗରେ ଏପ୍ରକାର ଅତ୍ୟାଧୁନିକ କ୍ୟାମେରାକୁ ‘ଭିକ୍ଟିମ୍ ଲୋକେସନ୍ ସର୍ଚ୍ଚ କ୍ୟାମେରା’ କୁହାଯାଉଛି। କଟକର ମହାନଦୀରେ ଏହାର ସଫଳ ପ୍ରୟୋଗ ହୋଇଛି।