ଓଡ଼ିଶା

ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର, ଏମବିବିଏସ ନୁହେଁ ଦଶମ ଫେଲ୍

ଭୁବନେଶ୍ୱର() ଖୋଲୁଛି ଠକ ରସିକିଆ ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର । ଏମବିବିଏସ ନୁହଁ ସେ ହେଉଛନ୍ତି ଦଶମ ଫେଲ । ତଦନ୍ତ ବେଳେ ଏଭଳି କିଛି ତଥ୍ୟ ପାଇଛି ପୋଲିସ । ରମେଶଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା ପରେ ଏ କଥା ଜାଣିବାକୁ ପାଇଛି ପୋଲିସ । ଏପଟେ ନକଲି ଡାକ୍ତରଙ୍କ ସ୍ତ୍ରୀ ତାଲିକା ବଢିବାରେ ଲଗିଛି ।

ବର୍ତ୍ତମାନ ଯାଏ ୧୮ ଜଣଙ୍କୁ ସେ ବିବାହ କରିଥିବା ଜଣାପଡିଛି । ରମେଶଙ୍କ ଏତେ ସବୁ ସ୍ତ୍ରୀ ଥିବା ଜଣାପଡିବା ପରେ ଗୌହାଟୀ ରେ ରହୁଥିବା ସ୍ତ୍ରୀଙ୍କ ହୋସ ଉଡିଯାଇଥିବା ତାଙ୍କ ସମ୍ପର୍କୀୟ ପୋଲିସ କୁ ଜଣାଇଛନ୍ତି। କେବଳ ବିବାହ ନୁହଁ କ୍ଲିନିକ ଖୋଲି ଠକେଇ କରିଥିବା ଜଣାପଡ଼ିଛି । କଟକ ଓ ଢେଙ୍କାନାଳରେ ଲାଇଫ ସ୍ପାନ ନାମରେ ଦୁଇଟି କ୍ଲିନିକ ଖୋଲିଥିଲେ । କର୍ମଚାରୀ ଓ ଡାକ୍ତରଙ୍କୁ ଦରମା ନଦେଇ ଠକିଛନ୍ତି ।

ଡାକ୍ତରଙ୍କ ପୁଅକୁ ଲଷ୍ନୌର ଏକ ମେଡିକାଲ କଲେଜରେ ଆଡମିଶନ କରାଇବାକୁ କହି ୬୦ ହଜାର ଟଙ୍କା ଠକି ନେଇଛନ୍ତି । ବର୍ତ୍ତମାନ ଯାଏ ରମେଶ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି । ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଆବେଦନ କରିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com