
ଅଲିମ୍ପିକ୍ସରେ ଦୌଡ଼କୁଦ ପ୍ରଥମ ବିଭାଗ ଭାବେ ଏହାର ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିବ। ପ୍ୟାରିସ୍ରେ କେବଳ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ପ୍ରତ୍ୟେକ ୫୦ହଜାର ଡଲାର ଅର୍ଥାତ ପ୍ରାୟ ୪୧ଲକ୍ଷ ୬୦ହଜାର ଟଙ୍କା ଲେଖାଏଁ ପୁରସ୍କାର ପାଇବାକୁ ଥିବା ବେଳେ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରୁ ରୌପ୍ୟ ଓ କାଂସ୍ୟ ପଦକ ବିଜେତାମାନେ ମଧ୍ୟ ଅର୍ଥ ପୁରସ୍କାର ପାଇପାରିବେ ବୋଲି ବିଶ୍ବ ଦୌଡ଼କୁଦ ମହାସଂଘର ସଭାପତି ସେବାଷ୍ଟିଆନ୍ କୋଏ ଘୋଷଣା କରିଛନ୍ତି।