ଅନ୍ତର୍ଜାତୀୟ

ହମାସ ଯୁଦ୍ଧବିରତି ଉଲ୍ଲଂଘନ କରିଛି

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ଯୁଦ୍ଧବିରତି ଅବଧି ଶେଷ ହେବା ପରେ ଇସ୍ରାଏଲ ପୁଣି ଥରେ ଗାଜା ଉପରେ ଆକ୍ରମଣ ଆରମ୍ଭ କରିଛି।

ହମାସ ସହିତ ଯୁଦ୍ଧବିରତିକୁ ଆଗକୁ ଜାରି ରଖିବାକୁ କୌଣସି ଚୁକ୍ତିନାମା ନ ହେବା ପରେ ହିଁ ଇସ୍ରାଏଲ ଏହି ଆକ୍ରମଣ ଆରମ୍ଭ କରିଥିବା ଜଣାପଡିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ କୁହାଯାଇଛି ଯେ, ହମାସ ଯୁଦ୍ଧବିରତି ଉଲ୍ଲଂଘନ କରିଛି ଏବଂ ଏଥିସହ ଇସ୍ରାଏଲ ଅଞ୍ଚଳ ଆଡକୁ ଗୁଳି ଚଳାଇଛି।

Related Articles

Back to top button