ଓଡ଼ିଶା
ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଏବେ ମୃତ୍ୟୁପଥ ପାଲଟି ଯାଇଛି

ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଏବେ ମୃତ୍ୟୁପଥ ପାଲଟି ଯାଇଛି। ଦିନବେଳାଠୁ ରାତି ପର୍ଯ୍ୟନ୍ତ ରାଜପଥରେ ମୃତ୍ୟୁ ଫାଶ ପକାଇ ଯମ ଜଗି ବସିଲା ଭଳି ପରିସ୍ଥିତି।
ରାତିରେ ଭାରୀଯାନ ଚାଳକଙ୍କ ଦ୍ରୁତ ଗାଡ଼ିଚାଳନାେର ରୋକ୍ ଲାଗୁନି। ରାତି ହେବା ପରେ ଜାତୀୟ ରାଜପଥରେ ଗାଡିର ବେଗ ୧୨୦ ଅତିକ୍ରମ କରୁଛି। ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା ଓ ଇଣ୍ଟରସେପ୍ଟର ଜଗିବା ନାମକୁ ମାତ୍ର ବୋଲି ଅଭିଯୋଗ ହୋଇଛି।