ବିଜ୍ଞାନ ଓ ପ୍ରଯୁକ୍ତି

ରୟାଲ୍ ଏନଫିଲ୍ଡ ଇଲେକ୍ଟ୍ରିକ୍ ବାଇକ୍,ସାମ୍ନାକୁ ଆସିଲା ପ୍ରଥମ ଚିତ୍ର

ଭୁବନେଶ୍ୱର: ରୟାଲ୍ ଏନଫିଲ୍ଡ କ୍ରମାଗତ ଭାବରେ ବାଇକ୍ କୁ ଅପ୍ ଅପଗ୍ରେଡ୍ କରୁଛି । କମ୍ପାନୀର ୩୫୦ ରୁ ୬୫୦ ସିସି ସେଗମେଣ୍ଟରେ ଅନେକ ବାଇକ୍ ରହିଛି । ଯଦିଓ ପ୍ରଶଂସକମାନେ ଦୀର୍ଘ ଦିନ ଧରି ରୟାଲ୍ ଏନଫିଲ୍ଡ ଇଲେକ୍ଟ୍ରିକ୍ ବାଇକ୍ କୁ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ଏହି ବାଇକ୍ ର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି । ଏହି ବାଇକର ନା ‘ଇଲେକ୍ଟ୍ରିକ୍ ୦୧’ ରଖାଯାଇଛି । ଏହାର ଡିଜାଇନ୍ ମଧ୍ୟ ବହୁତ ଭିନ୍ନ ଲାଗିବ ।

ବର୍ତ୍ତମାନ ସୁଦ୍ଧା, ବାଇକର କେବଳ ଆଗ ଭାଗ ଦୃଶ୍ୟମାନ ହେଉଛି। ତେବେ ଏହା ବାଇକ୍ ସମ୍ବନ୍ଧରେ ଅନେକ ତଥ୍ୟ ପ୍ରକାଶ କରିଛି। ଏଥିରେ ନିଓ ଭିଣ୍ଟେଜ୍ / କ୍ଲାସିକ୍ ଷ୍ଟାଇଲିଂ ଦଖିବାକୁ ମିଳିବ। ଫ୍ରଣ୍ଟ ସସପେନ୍ସ ମଧ୍ୟ ପୁରୁଣା ବାଇକ୍ ରେ ବ୍ୟବହୃତ ହୋଇଥିବା ସହିତ ସମାନ। ଏହାକୁ ଗୋଲାକାର ଆକୃତିର ହେଡଲାଇଟ୍ ଦିଆଯାଇଛି,ଏହା ବ୍ୟତୀତ ଏହାର ଇନ୍ଧନ ଟ୍ୟାଙ୍କରେ ମଧ୍ୟ ପାରମ୍ପାରିକ ଡିଜାଇନ୍ ପାଇବେ।

 

Related Articles

Back to top button