ମନୋରଞ୍ଜନ
ଅଭିନେତା ଜିତେନ୍ଦ୍ରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନର ରାଣୀ କୁହାଯାଏ
ଅଭିନେତା ଜିତେନ୍ଦ୍ରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନର ରାଣୀ କୁହାଯାଏ। ଏକତା କପୁର ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ଓ ନିର୍ଦେଶକ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି|
ବିବାହ କରିନଥିବା ଏକତା ୨୦୧୯ ମସିହାରେ ସରୋଗେସି ମାଧ୍ୟମରେ ମା’ ହୋଇଥିଲେ | ଏବେ ସେ ପୁଣି ମା’ ହେବେ ବୋଲି ଚର୍ଚ୍ଚା ହେଉଛି | ସରୋଗେସି ମାଧ୍ୟମରେ ଏକତା ଦ୍ଵିତୀୟ ଥର ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବରଟି ମିଛ ବୋଲି ଏକତାଙ୍କ ନିକଟ ସୂତ୍ରରୁ ସ୍ପଷ୍ଟ ହୋଇଛି |