ଜାତୀୟ
ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ମନି ଲଣ୍ଡରିଂ ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି
ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ମନି ଲଣ୍ଡରିଂ ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଗତ ୬ ମେ ରେ ହିଁ ଇଡି ତାଙ୍କ ବ୍ୟକ୍ତିଗତ ସଚିବ ଏବଂ ତାଙ୍କ ଘରୋଇ ସହାୟକ ଫ୍ଲାଟରୁ ୩୪ କୋଟି ଟଙ୍କାରୁ ଅଧିକ ନଗଦ ଜବତ କରିଥିଲେ ।
ଆଲମଗୀର ଆଲମଙ୍କୁ ଇଡି ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା । ଏଥିପାଇଁ ଇଡି ଲଗାତାର ଜେରା କରୁଥିଲା । ଏହାପରେ ସରକାରୀ ଯାଞ୍ଚ ଏଜେନ୍ସି ତାଙ୍କୁ ଗିରଫ କରିଛି ।