ଜାତୀୟ

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ସଫଳତା

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ । ସୂଚନା ଅନୁସାରେ, ଗୁରୁବାର ପୁଲୱାମା ଅଞ୍ଚଳର ନ୍ୟୁ କଲୋନୀରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀମାନେ ପାଇଥିଲେ ।

ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନ କରିଥିଲେ । ଆଉ ଏହି ଗୁଳିଚାଳନ ଧୀରେ ଧୀରେ ଗୁଳି ବିନିମୟରେ ପରିବର୍ତ୍ତନ ହୋଇଯାଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିପାତ ହୋଇଥିବା ଆତଙ୍କବାଦୀ କେଉଁ ଗୋଷ୍ଠୀର ତାହାର ସୂଚନା ମିଳିନାହିଁ । ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com