Featuredଜାତୀୟ

ଜଳୁଛି ଜଙ୍ଗଲ ଜଳୁଛି ଆମେରିକା, ମୃତକଙ୍କ ସଂଖ୍ୟା ୧୧ ପାର୍

କାର୍ଲିଫର୍ଣ୍ଣିଆ: ଥମୁନି ନିଆଁ । ହୁୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ଜଳୁଛି ଆମେରିକା । ନିଆଁର ଆଁରେ ଧ୍ୱଂସ ହେଲାଣି ଅଧା ଆମେରିକା । ୭ଦିନ ହେଲାଣି ଜଳୁଛି କାର୍ଲିଫର୍ଣ୍ଣିଆ । ମୃତୁ୍ୟ ସଂଖ୍ୟା ୧୧ରେ ପହଂଚିଥିବା ବେଳେ ସମ୍ପତ୍ତିର ନଷ୍ଟ ହେବା କଥା ଆକଳନ ନ କରିବା ଭଲ । ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୧୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ୧୧ଜଣଙ୍କ ମୃତ୍ୟୁ ସହ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୪୦ହଜାର ଏକର ଜମିରେ ମାଡିଛି ନିଆଁ। ୨୯ହଜାର ଏକ ଜଳିପୋଡି ପାଉଁଶ ହୋଇଛି। ୧୦ହଜାର ଘର ନିଆଁରେ ପୋଡି ନଷ୍ଟ ହୋଇଛି । ୫୦ହଜାର ଲୋକଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାସିଫିକ୍ ପାଲିସେଡ୍ ନିଆଁରେ ୫ହଜାର ୩ ଶହ ଘର ଧ୍ବଂସ ହୋଇଛି । ଇଏଟନ ନିଆଁରେ ପ୍ରାୟ ୫ ହଜାର ଷ୍ଟ୍ରକଚରକୁ କ୍ଷତି ପହଞ୍ଚିଛି ।
ପାଲିସେଡସ୍, ଇଏଟନ୍, ସନସେଟ୍, ହଷ୍ଟ ଓ ଲିଡିଆନିଆଁରେ ବହୁ ସେଲିବ୍ରିଟିଙ୍କ ବିଳାସମୟ ଘର ବି ଜଳିପୋଡ଼ି ଗଲାଣି। ହଲିଉଡ୍ ହିଲ୍ ମଧ୍ୟ ନିଆଁ ଯୋଗୁଁ ପ୍ରଭାବିତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com