Breaking NewsFeaturedଜାତୀୟରାଜନୀତି

କକା-ପୁତୁରା ଲଢ଼େଇକୁ ନେଇ ଏନସିପିରେ ହଟଚମଟ, କିନ୍ତୁ ଖୁଡ଼ିଙ୍କୁ ଦେଖିବାକୁ ଧାଇଁଲେ ଅଜିତ୍‌…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଜାତୀୟ ରାଜନୀତିରେ ଏନସିପିକୁ ନେଇ କିଛିଦିନ ଧରି ବେଶ୍ ଚର୍ଚ୍ଚା ଲାଗି ରହିଛି । କାରଣ ଏନସିପି ମୁଖିଆ ଶରଦ ପାୱାର ଓ ବରିଷ୍ଠ ନେତା ଅଜିତ୍ ପାୱାର ହେଉଛନ୍ତି ସମ୍ପର୍କରେ କକା-ପୁତୁରା । କିନ୍ତୁ ରାଜନୀତିରେ ପତିଆରା ଲାଗି ଉଭୟଙ୍କ ମଧ୍ୟରେ ଲାଗି ରହିଛି ଅନ୍ତଃ କନ୍ଦଳ । ସ୍ଥିତି ଏପରି ହୋଇଛି ଯେ ଅଜିତ୍ ଦଳ ଛାଡ଼ି ଏନଡିଏରେ ସାମିଲ୍ ହୋଇଯାଇଛନ୍ତି । ତାଙ୍କର କିଛି ସମର୍ଥକ ବିଧାୟକ ମଧ୍ୟ ଏନସିପି ଛାଡ଼ି ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରରେ ସାମିଲ୍ ହୋଇଯାଇଛନ୍ତି । ଆଉ ଏହାରି ମଧ୍ୟରେ ସେମାନେ ପାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ । ତେବେ ପାରିବାରିକ ସମ୍ପର୍କ କିନ୍ତୁ ବଜାୟ ରହିଛି କକା-ପୁତୁରାଙ୍କ ମଧ୍ୟରେ । ଯାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି ନିକଟରେ । ଖୁଡ଼ି ବା କାକି ପ୍ରତିଭା ପାୱାରଙ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଯାଇଛନ୍ତି ଅଜିତ୍ ପାୱାର । ସମସ୍ତ ବିବାଦକୁ ପଛରେ ପକାଇ ଅଜିତ୍ ଯାଇଥିଲେ ଦେଖିବାକୁ – ତାଙ୍କ ଖୁଡ଼ି କେମିତି ଅଛନ୍ତି…

ଏ ସମ୍ପର୍କରେ ଏନସିପି ପକ୍ଷରୁ ଜଣେ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି । ସେ କହିବା ଅନୁସାରେ ଦଳରେ କାକି ଭାବେ ସୁପରିଚିତ ପ୍ରତିଭା ପାୱାରଙ୍କ ଏହାରି ମଧ୍ୟରେ ହୋଇଛି ଅସ୍ତ୍ରୋପଚାର । ସାଉଥ୍ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯାଇଥିଲା । ଆଉ ଏହା ଜାଣିବା ପରେ ଅଜିତ ଦୌଡ଼ିଥିଲେ କାକିଙ୍କୁ ଦେଖିବା ପାଇଁ । କାକି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଶରଦଙ୍କ ନିବାସ ସ୍ଥଳ ସିଲଭର୍ ଓକ୍ ଦୌଡ଼ିଥିଲେ ଅଜିତ୍ । କୁହାଯାଏ ଖୁଡ଼ି-ପୁତୁରାଙ୍କ ମଧ୍ୟରେ ରହିଛି ଅତି ଘନିଷ୍ଠ ପାରିବାରିକ ସମ୍ପର୍କ । ଖୁଡ଼ିଙ୍କ କଥାକୁ ଟାଳି ପାରନ୍ତିନି ଅଜିତ୍ ପାୱାର । ଏପରିକି ୨୦୧୯ରେ ତାଙ୍କୁ ଏନସିପିକୁ ଫେରାଇ ଆଣିବାରେ ଖୁଡ଼ି ପ୍ରତିଭା ପାୱାରଙ୍କ ଯଥେଷ୍ଟ ଭୂମିକା ରହିଥିଲା । ଏନସିପି ଦଳ ଭିତରେ କାକି ଭାବେ ପରିଚିତ ପ୍ରତିଭା ପ୍ରତ୍ୟେକ୍ଷ ରାଜନୀତିରେ ନଥିଲେ ମଧ୍ୟ ନେପଥ୍ୟରେ ତାଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ । ଏପରି ସ୍ଥିତିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦାସୀନ ଅଜିତ ପାୱାର ନିଜ କାକିଙ୍କୁ ଦେଖିବାକୁ କେମିତି ନଯାଇ ରହିପାରିବେ! ତେଣୁ ତ କୁହାଯାଏ ରାଜନୀତିରେ କେହି କାହାର ଚିର ଶତ୍ରୁ ଅବା ଚିର ମିତ୍ର ହୋଇ ରହନ୍ତି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com