Featuredସ୍ୱାସ୍ଥ୍ୟ

ଜୀବନ ପାଇଁ ୨୪ ଦିନରେ ୫ ହଜାର ଇଞ୍ଜେକ୍ସନ

୨୪ ଦିନରେ ୫ ହଜାର ଇଞ୍ଜେକ୍ସନ ନେଲେ ବୃଦ୍ଧ । ଯାହା ଏକ ରେକର୍ଡ । ଘଟଣାନୁସାରେ ଜଣେ କୃଷକ ନିଜ ଜମିରେ କୀଟନାଶକ ଔଷଧ ସିଞ୍ଚନ କରୁଥିଲେ । ଏତିକିବେଳେ କୀଟ ନାଶକ ତାଙ୍କ ଶରୀର ମଧ୍ୟକୁ ଚାଲିଯାଇଥିଲା । କୀଟନାଶକ ଏତେ ବିଷାକ୍ତ ଥିଲା ଯେ, କୃଷକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ମେଡିକାଲରେ ଚିକିତ୍ସା କରାଯାଉଥିଲେ ପରିବାର ତାଙ୍କ ବଞ୍ଚିବା ଆଶା ଛାଡି ଦେଇଥିଲେ । କିନ୍ତୁ ଆଶା ଛାଡିନଥିଲେ ଡାକ୍ତର । ୨୪ ଦିନ ଯାଏ ସେହି ବୃଦ୍ଧଙ୍କୁ ଚିକିତ୍ସା କରି ନୂଆ ଜୀବନ ଦେଇଥିଲେ ଡାକ୍ତର । ଚିକିତ୍ସକଙ୍କ କହିବାନୁସାରେ ରୋଗୀର ଦେହ ଭିତରକୁ ୬୦୦ ml. କୀଟ ନାଶକ ଚାଲିଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏପରି ବିଗିଡି ଯାଇଥିଲା ଯେ ସେ ନିଃଶ୍ୱାସ ବି ନେଇପାରୁ ନ ଥିଲେ । ତେଣୁ ଡାକ୍ତର ପ୍ରଥମେ ରୋଗୀ ଗଳାରେ କଣା କରି ଅମ୍ଳଜାନ ଦେଇଥିଲେ । ଏପରି ଭାବେ ସୁସ୍ଥ ହେବାକୁ ସେହି ବ୍ୟକ୍ତିଙ୍କୁ ୨୪ ଦିନ ଲାଗିଥିଲା । ତେବେ ଏହି ୨୪ ଦିନ ମଧ୍ୟରେ ସେହି ବୃଦ୍ଧଙ୍କୁ ଦିଆଯାଇଥିଲା ୫ ହଜାର ଇଞ୍ଜେକ୍ସନ । ହାରାହାରି ଦେଖିଲେ ଦିନକୁ ୨୦୮ରୁ ୨୧୦ଟି ଇଞ୍ଜେକସନ ନେଉଥିଲେ ସେହି ବ୍ୟକ୍ତି । ବର୍ତ୍ତମାନ ସେହି କୃଷକ ସମ୍ପୂର୍ଣ୍ଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଏହି ଘଟଣାଟି ରାଜସ୍ଥାନ ପାଲିରେ ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com