Featuredଓଡ଼ିଶାଜାତୀୟରାଜନୀତି

ଚାଷୀଙ୍କୁ ମିଳିବ ୨ହଜାର l

କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି । ବୋନସ୍ ଦେବେ ରାଜ୍ୟ ସରକାର । ଦେଖନ୍ତୁ, କେବେଠୁ ।

ହରିୟାଣା: ସବୁବେଳେ ସରକାରଙ୍କ ଫୋକସରେ ଚାଷୀ । ସେ ନିର୍ବାଚନ ପୂର୍ବରୁ ହେଉ କି ପରେ । ଚାଷୀକୁ ନେଇ ସବୁବେଳେ ହୋଇଛି ରାଜନୀତି । ତେଣୁ କୃଷକଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥାନ୍ତି କେନ୍ଦ୍ର ସରକାରଙ୍କ ସମେତ ଅନ୍ୟ ସବୁ ରାଜ୍ୟର ସରକାର । ଅନେକ ସମୟରେ ଚାଷୀଙ୍କ ପ୍ରତି ଦରଦ ଦେଉଥାନ୍ତି ସମସ୍ତେ । ଅର୍ଥାତ କହିବାକୁ ଗଲେ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କୁ ଆରାମ ଯୋଗାଇବା ପାଇଁ ନିଜସ୍ବ ଉପାୟରେ ପଦକ୍ଷେପ ନେଇଥାନ୍ତି । ଏହାରି ଭିତରେ ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ହରିୟାଣା ସରକାର । କମ ବର୍ଷା ହେତୁ ଚାଷୀଙ୍କୁ ଏକର ପିଛା ୨,୦୦୦ଟଙ୍କା ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଖରିଫ ଫସଲ ଉପରେ ଏହି ବୋନସ ଦିଆଯିବ । ଏନେଇ କୃଷକମାନଙ୍କୁ ୧୫ ଅଗଷ୍ଟ ସୁଦ୍ଧା ‘ମେରୀ ଫସଲ, ମେରା ବୌରା’ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ଏହା ବ୍ୟତୀତ କେନାଲ ଜଳ ଜଳସେଚନ ଶୁଳ୍କରୁ ବକେୟା ଅର୍ଥ ଛାଡ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କମ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଖରିଫ ଫସଲ ପାଇଁ ଚାଷୀଙ୍କୁ ଏକର ପିଛା ୨୦୦୦ଟଙ୍କା ବୋନସ ପ୍ରଦାନ ପ୍ରସ୍ତାବକୁ ହରିୟାଣା ସରକାର ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମେ, ଜୁନ ଏବଂ ଜୁଲାଇରେ ରାଜ୍ୟରେ କମ ବର୍ଷା ହୋଇଛି । କମ ବର୍ଷା ହେତୁ ଚାଷୀଙ୍କୁ ଫସଲ ପାଇଁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡିବ । ଏଥିପାଇଁ ବୋନସ ପାଇବେ ଚାଷୀ

Related Articles

Back to top button
WP Twitter Auto Publish Powered By : XYZScripts.com