Featuredଓଡ଼ିଶାଜାତୀୟରାଜନୀତି

ଏକାଠି ଚା’ ପିଇଲେ ରାହୁଲ-ମୋଦି l

-ବିର୍ଲାଙ୍କ ଚାମ୍ବରରେ ଏକାଠି ଏନଡିଏ-ଇଣ୍ଡିଆ ସାଂସଦ । କାହିଁକି, ଦେଖନ୍ତୁ l

ନୂଆ ଦିଲ୍ଲୀ: କିଛିଦିନ ଧରି ଚାଲିଥିଲା ସଂସଦର ମୌସୁମୀ ଅଧିବେଶନ । ଶାସକ-ବିରୋଧୀଙ୍କ ହଙ୍ଗାମାରେ ସରଗରମ ରହିଥିଲା ଉଭୟ ଗୃହ । ହେଲେ ଶୁକ୍ରବାର ଅଧିବେଶନ ଶେଷ ପରେ ଏହାକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କରାଯାଇଛି ସ୍ଥଗିତ । ଆଉ ଏହା ପରେ ସଂସଦ ଭବନରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଏକ ଟି-ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଂଟର ଅନେକ ସାଂସଦ ନଜର ଆସିଥିଲେ । ସବୁଠୁ ବଡ କଥାହେଲା ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବି ମିଟିଂରେ ନଜର ଆସିଥିଲେ । ଏହାସହ ବାଚସ୍ପତି ଓମ ବିର୍ଲାଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବିରୋଧୀ ଦଳର ଅନେକ ସାଂସଦ ଏହିସମୟରେ ଉପସ୍ଥିତ ଥିଲେ ।

ତେବେ ୨୨ ଜୁଲାଇରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୨ ଯାଏ ଚାଲିବାର ଥିଲା । କିନ୍ତୁ ବାଚସ୍ପତି ଏହି କାର୍ଯ୍ୟକାଳକୁ ଅନିର୍ଦ୍ଧିଷ୍ଟ ସମୟ ଯାଏ ବନ୍ଦ କରିଦେଇଛନ୍ତି । ଏହାପରେ ସଭାପତି ଜଗଦୀପ ଧନଖଡ ବି ରାଜ୍ୟସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ତେବେ ଚାଏ ପେ ଚର୍ଚ୍ଚାରେ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ ପିଏମ ମୋଦି ସୋଫାରେ ବସିଛନ୍ତି । ତାଙ୍କ ପାଖରେ ବସିଛନ୍ତି ସ୍ପିକର ଓମ ବିର୍ଲା । ସେହିପରି ମୋଦିଙ୍କ ଡାହାଣ ପାଖ ସୋଫାରେ ନଜର ଆସିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ସାଂସଦ । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ, ରାମମୋହନ ନାଇଡୁ, ଚିରାଗ ପାଶୱନ, ପିୟୁଷ ଗୋଏଲ ଓ ବିରୋଧୀ ସାଂସଦ ସୁଦୀପ ବନେ୍ଦାପାଧ୍ୟାୟ ଆଦି ଗୋଟିଏ ଲାଇନରେ ଏକାଠି ଅଛନ୍ତି । ଏମାନଙ୍କ ସମ୍ମୁଖରେ ଅମିତ ଶାହା, ରାଜନାଥ ସିଂ ପ୍ରମୁଖ ବସିଛନ୍ତି । ଆଉ ସମସ୍ତେ ଚାଏ ପେ ଚର୍ଚ୍ଚା କରୁଥିବା ଜଣାପଡିଛି । କହିରଖୁଛୁ ଯେ, ନିକଟରେ ସଂସଦରେ ରାହୁଲ ଗାନ୍ଧି ଓ ମୋଦିଙ୍କ ଭିତରେ ଜୋରସୋର କଥା କଟାକଟି ହୋଇଥିଲା । ହେଲେ ଶୁକ୍ରବାର ସଂସଦ ଭବନରେ ଶାସକ ଦଳ ସହ ବିରୋଧୀ ସାଂସଦ ବସିଥିବା ଫଟୋ ସାମ୍ନାକୁ ଆସିବା ପରେ ଆରୋପ ପ୍ରତ୍ୟାରୋପ ଭଳି ନିର୍ବାଚନ ପ୍ରଚାର ଓ ଜୋରଦାର ଲଢେଇ ଠାରୁ ଏହା ବହୁତ ଅଲଗ ରହିଥିଲା । ଯାହା କୁହାଯାଉଛି ମୋଦି ଓ ରାହୁଲ ଉଭୟେ ନମସ୍ତେ କହି ଅଭିବାଦନ ଜଣାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com