ଅନ୍ତର୍ଜାତୀୟଜାତୀୟରାଜନୀତି

ଲୋକ ନେତା କରିବେନି, ସାରା ଜୀବନ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ରୁହନ୍ତୁ : କଙ୍ଗନା

ନୂଆ ଦିଲ୍ଲୀ: ରାହୁଲ ଗାନ୍ଧି ସବୁଠୁ ବିପଜ୍ଜନକ ବ୍ୟକ୍ତି। ସେ କଟୁ, ବିଷାକ୍ତ ଏବଂ ବିଧ୍ୱଂସକାରୀ ଅଟନ୍ତି । ଯଦି ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ତେବେ ଏହି ଦେଶକୁ ନଷ୍ଟ କରିବା ହେଉଛି ତାଙ୍କର ଏଜେଣ୍ଡା। ଆମ ଷ୍ଟକ୍ ମାର୍କେଟକୁ ସିଧାସଳଖ ଟାର୍ଗେଟ କରୁଥିବା ହିଣ୍ଡେନବର୍ଗର ରିପୋର୍ଟ ଗତକାଲି ବେକାର ପ୍ରମାଣିତ ହୋଇଛି । ଯାହାକୁ ରାହୁଲ ଗାନ୍ଧି ସମର୍ଥନ କରୁଥିଲେ। ତାଙ୍କ ସମର୍ଥନ ଏବେ ବେକାର ବୋଲି ପ୍ରମାଣିତ ହୋଇଛି । ସୋସିଆଲ ମିଡିଆରେ ଏପରି କହିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ୍ ।

ସେହିପରି କଙ୍ଗନା ଆହୁରି ମଧ୍ୟ କହିଛନ୍ତି, \’ସେ ଦେଶର ସୁରକ୍ଷା ଓ ଅର୍ଥନୀତିକୁ ଅସ୍ଥିର କରିବା ପାଇଁ ସବୁ ସମ୍ଭବ ଚେଷ୍ଟା କରୁଛନ୍ତି। ମିଷ୍ଟର ଗାନ୍ଧି, ଆପଣ ସାରା ଜୀବନ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ରୁହନ୍ତୁ । ଆପଣ ଏବେ ଯେଉଁଭଳି ଅଛନ୍ତି ସେହି ପ୍ରକାରେ ଏହି ଦେଶର ଲୋକଙ୍କ ବିକାଶ ଏବଂ ଜାତୀୟତାବାଦକୁ ଦେଖି ଯନ୍ତ୍ରଣା ଭୋଗନ୍ତୁ। ସେମାନେ କଦାପି ଆପଣଙ୍କୁ ସେମାନଙ୍କର ନେତା କରିବେ ନାହିଁ।

ତେବେ ଆଦାନୀ ଗ୍ରୁପ ଓ ସେବି ମୁଖ୍ୟଙ୍କ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚର ବଡ଼ ଅଭିଯୋଗ ପରେ ଚାରିଆଡେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ ବିରୋଧୀମାନେ ସେବି ମୁଖ୍ୟଙ୍କ ଇସ୍ତଫା ଏବଂ Joint Parliamentary Committee ତଦନ୍ତ ଦାବି କରୁଛନ୍ତି। ଯାହାକୁ ନେଇ ଆଜି କଙ୍ଗନା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com