ଜାତୀୟରାଜନୀତି

ସେୟାର ମାର୍କେଟରେ ବଢିଲା ରାହୁଲ ଗାନ୍ଧିଙ୍କ ରୋଜଗାର-କମାଇଲେ ଏତେ ଟଙ୍କା,

ନୂଆ ଦିଲ୍ଲୀ: ବର୍ତମାନ ଫୁଲ ଆକ୍ଟିଭ ରାହୁଲ ଗାନ୍ଧି । ବିରୋଧୀ ଦଳ ନେତା ହେବା ପରେ ଆହୁରି ଆକ୍ରମଣାତ୍ମକ ହୋଇପଡିଛନ୍ତି କଂଗ୍ରେସ ସାଂସଦ । ଶାସକ ବିଜେପିକୁ ଅନେକ ସମୟରେ କଡା ଜବାବ ଦେଉଛନ୍ତି । ଆଉ ଏବେ ସେବି ହେଉ କି ହିଣ୍ଡେନବର୍ଗ ଘଟଣାରେ ଘନ ଘନ ଆକ୍ରମଣ କରୁଛନ୍ତି ରାହୁଲ । ଫଳରେ ବିରୋଧୀ ଦଳ ନେତାଙ୍କ ଏଭଳି ରୋକଠକ ବୟାନ ସେୟାର ମାର୍କେଟକୁ ପ୍ରଭାବିତ କରୁଥିବା କୁହାଯାଉଛି ।

ଏହାରି ଭିତରେ ସାମ୍ନାକୁ ଆସିଛି ସେୟାର ବଜାରରେ ରାହୁଲଙ୍କ ରୋଜଗାରର ମାଧ୍ୟମ । ରାହୁଲ ସେୟାର ମାର୍କେଟରେ ଟଙ୍କା ଲଗାନ୍ତି । ଗତ ୫ ମାସ ମଧ୍ୟରେ ରାହୁଲ ସେୟାର ବଜାରରୁ ୪୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରିଛନ୍ତି । ୧୫ ମାର୍ଚ୍ଚ, ୨୦୨୪ରେ ଷ୍ଟକ ମାର୍କେଟରେ ରାହୁଲଙ୍କର ସମ୍ପତ୍ତି ୪ କୋଟି ୩୩ ଲକ୍ଷ ଟଙ୍କା ଥିଲା । ଅଗଷ୍ଟ ୧୨ ଅର୍ଥାତ ସୋମବାର ସୁଦ୍ଧା ରାହୁଲଙ୍କ ସମ୍ପତ୍ତି ୪ କୋଟି ୮୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

ରାହୁଲ ଗାନ୍ଧୀ ଲୋକସଭାରେ ଦାଖଲ କରିଥିବା ସମ୍ପତି ତାଲିକାରେ ସେ ଅର୍ଥ ବିନିଯୋଗ କରିଥିବା ଷ୍ଟକର ତଥ୍ୟ ଦେଇଥିଲେ । ଏହି ଷ୍ଟକର ମୂଲ୍ୟ ବୃଦ୍ଧିକୁ ଆଳକନ କଲେ ରାହୁଲ ୫ ମାସରେ ୪୬ ଲକ୍ଷ ୪୯ ହଜାର ଟଙ୍କା ଲାଭ କରିଥିବା ଜଣାପଡିଛି । ରାହୁଲ ମୋଟ ୨୪ ଟି କମ୍ପାନୀରେ ଅର୍ଥ ବିନିଯୋଗ କରିଛନ୍ତି । ସେଥିରୁ ୨୦ ଟି କମ୍ପାନୀର ଷ୍ଟକ ର ମୂଲ୍ୟ ବୃଦ୍ଧି ହୋଇଛି । ହେଲେ ଅନ୍ୟ ୪ ଟିରେ କ୍ଷତି ସହିଛନ୍ତି ସାଂସଦ । ତେବେ ଛୋଟ କମ୍ପାନୀ ଭର୍ଟେଜ ଆର୍ଡଭାଟାଇଜିଂ ରାହୁଲଙ୍କୁ ସବୁଠୁ ଅଧିକ ଲାଭ ଦେଇଛି । ଭର୍ଟେଜ ଆର୍ଡଭାଟାଇଜିଂର ସେୟାରର ମୂଲ୍ୟ ମାର୍ଚ୍ଚ ୧୫ରେ ୨୬୦ ଟଙ୍କା ଥିଲା । ଯାହା ଏବେ ୫୨୦୦ ଛୁଇଁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com