ଜାତୀୟରାଜନୀତି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ କାହିଁକି ଇଡି କରିବ ସମନ! ଜାଣନ୍ତୁ ପଛର କାରଣ …

ନୂଆ ଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ପଚରା ଉଚରା କରିବ ଇଡି ବା ପ୍ରବର୍ତନ ନିଦେ୍ର୍ଦଶାଳୟ । ଏନେଇ ଖୁବଶୀଘ୍ର ରାହୁଲଙ୍କୁ ସମନ କରାଯିବ । କିନ୍ତୁ ଏ ବାବଦରେ କୌଣସି ଅଧିକାରୀଙ୍କ ଠାରୁ ସଠିକ ତଥ୍ୟ ମିଳିପାରିନି । ଯାହା କୁହାଯାଉଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନ୍ୟାସନାଲ ହେରାଲ୍ଡ ମାମଲାରେ ମନି ଲଣ୍ଡରିଂର ଯାଂଚ ନେଇ ପଚରାଉଚରା କରିପାରେ ।

କାରଣ ଅନେକ ଦିନରୁ ଏଥିରେ ଅନିୟମିତତାର ଯାଂଚ କରୁଛି ଇଡି । ତେଣୁ ଏହାର ସତ୍ୟତା ନେଇ ଖୋଳତାଡ କରାଯାଉଥିବା ଜଣାପଡିଛି । ଯେଉଁଥିପାଇଁ ପୁଣିଥରେ ଡାକି ରାହୁଲଙ୍କୁ ଘାଂଟି ପାରେ ପ୍ରବର୍ତନ ନିଦେ୍ର୍ଦଶାଳୟ । ଏ ନେଇ ଇଡି ପକ୍ଷରୁ କୁହାଯାଇଛି କି ଏଜେଏଲ ଯାଂଚକୁ ପୁରା କରିବା ପାଇଁ ଚେଷ୍ଟା କରୁଛୁ । ଫଳରେ ରାହୁଲ ଗାନ୍ଧିଙ୍କ ସହ ଯୋଡି ହୋଇଥିବା ଅନେକ ଲୋକଙ୍କୁ ଜଲଦି ଡାକରା ପଠାଯିବ । ତେବେ ସବୁଠୁ ବଡ କଥା ହେଲା ପୂର୍ବରୁ ୭୫୧କୋଟି ଟଙ୍କାର ଆଟାଚ କରିସାରିଛି ଇଡି ।

ଏଠାରେ ମନେପକାଇ ଦେଉଛୁ ଯେ ଜୁନ୍ ୨୦୨୨ରେ ମଧ୍ୟ ଇଡି କଂଗ୍ରେସ ସାଂସଦଙ୍କୁ ପଚରାଉଚରା କରିଥିଲା । ପାଖାପାଖି ୪୦ ଘଂଟା ଧରି ପ୍ରଶ୍ନ ବାଣରେ ଛନ୍ଦି ଥିଲା । ଏହା ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ବି ପଚରା ଉଚରା କରାଯାଇଥିଲା ତଦନ୍ତକାରୀ ସଂସ୍ଥା । ହେଲେ ଏଥର ସୋନିଆଙ୍କୁ ସମନ କରିବ କି ନାଇ ସେ ନେଇ ଜଣାପଡିନି । ସେପଟେ କିଛିଦିନ ତଳେ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଆଶଙ୍କା କରିଥିଲେ କି ତାଙ୍କ ଘରେ ରେଡ କରିବା ପାଇଁ ପ୍ରସ୍ତୁତ ହେଉଛି ଇଡି । ଯେଉଁଥି ପାଇଁ ସେ ସ୍ୱାଗତ କରିବା ପାଇଁ ଚା ଓ ବିସ୍କୁଟ ରେଡି ରଖିଛନ୍ତି ବୋଲି କହିଥିଲେ ।

ଏହାରି ଭିତରେ ଯାହା ଖବର ମିଳିଛି ପୁଣି ଆଉଥରେ ଇଡି ରାହୁଲଙ୍କୁ ଡାକି ପଚରାଉଚରା କରିବ । ଯାହାକୁ ନେଇ ସରଗରମ ହୋଇପାରେ ଦେଶ ରାଜନୀତି । ତେବେ ଏବେ ଅପେକ୍ଷା ରାହୁଲଙ୍କୁ କେବେ ସମନ କରୁଛି ଇଡି ଏବଂ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ପକ୍ଷରୁ କଣ ଆକ୍ସନ ନିଯାଉଛି ବା ଜବାବ ଦିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com