ଓଡ଼ିଶାରାଜନୀତି

କଂଗ୍ରେସକୁ ବାଏ ବାଏ କଲେ ବିଜୟ ପଟ୍ଟନାୟକ-କହିଲେ ମତେ କରାଯାଉଥିଲା…

ଭୁବନେଶ୍ୱର: ହାତ ଛାଡିଲେ ବିଜୟ ପଟ୍ଟନାୟକ । ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ କଂଗ୍ରେସକୁ କହିଛନ୍ତି ବାଏ ବାଏ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଦେଇଛନ୍ତି ଇସ୍ତଫା । ଏନେଇ ଏଆଇସିସିକୁ ମେଲ୍ ଲେଖି ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି ବିଜୟ ପଟ୍ଟନାୟକ ।

ଇସ୍ତଫା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, କି ମତେ ଦଳରେ ପ୍ରେଷ୍ଟିଜ ମିଳୁ ନଥିଲା । ମୁଁ ଅନୁଭବ କଲି ଦଳ ପାଇଁ କିଛି ୟୁଜଫୁଲ ହେଉନି । ତେଣୁ ଦଳ ଛାଡିଲି । ହେଲେ ଅନ୍ୟ ଦଳକୁ ଯିବି ନାହିଁ ବରଂ ଲୋକଙ୍କ ପାଖକୁ ଯିବି ବୋଲି ସେ କହିଛନ୍ତି ।

ତେବେ ଓଡ଼ିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ମସିହା ଫେବ୍ରୁଆରୀ ମାସରେ କଂଗ୍ରେସରେ ଯୋଗ ଦେଇଥିଲେ। ଦିଲ୍ଲୀ ଯାଇ ସେ କଂଗ୍ରେସରେ ମିଶିଥିଲେ । କଂଗ୍ରେସରେ ମିଶିବା ପରେ ତାଙ୍କୁ ନୂଆ ଦାୟୀତ୍ୱ ଦିଆଯାଇଥିଲା । ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା । ହେଲେ ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବାହାର କରି ଦିଆଯାଇଥିଲା । ଯେଉଁଥିପାଇଁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା ।

୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ଥିଲେ । ହେଲେ ସେହି ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ । ସେହିପରି ପିସିସି ଭାଙ୍ଗିବା ପରେ ଏଆଇସିସି ନିକଟରେ କରିଥିବା ଷ୍ଟିୟରିଂ କମିଟିରେ ବହୁ ବଡ ବଡ ନେତାଙ୍କୁ ସାମିଲ କରାଯାଇନାହିଁ । ଏମିତି କି ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ବାଦ୍ ଦିଆଯାଇଛି । ଏସବୁ ଦୃଷ୍ଟିରୁ ବିଜୟ ପଟ୍ଟନାୟକ କଂଗ୍ରେସ ଛାଡିଥିବା ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com