ଜାତୀୟରାଜନୀତି

ଅଜିତଙ୍କ ସ୍ଥାନରେ ମଇଦାନକୁ ଓହ୍ଲାଇବେ ଜୟ ପାୱାର, ହେବ ଜୋରଦାର୍ ଲଢେଇ!

ମହାରାଷ୍ଟର:  ରାଜନୀତିକୁ ଆସିବେ ଅଜିତ ପାୱାରଙ୍କ ସାନ ପୁଅ ଜୟ ପାୱାର । ଏବେ ଏଭଳି ଚର୍ଚ୍ଚା ମହାରାଷ୍ଟ୍ର ରାଜନୀତିରେ । ଆଗାମୀ ବିଧାନସଭା ନିର୍ବାଚନରେ ଅଜିତ ପ୍ରତିଦ୍ୱନ୍ଦିତା କରିବା ନେଇ ଆଗ୍ରହୀ ନଥିବା ବେଳେ ବଦଳରେ ସାନ ପୁଅ ଜୟଙ୍କୁ ରାଜନୀତି ମଇଦାନରେ ଓହ୍ଲାଇ ପାରନ୍ତି ।

ସେପଟେ ଅଜିତଙ୍କ ସାନ ଭାଇ ଶ୍ରୀନିବାସଙ୍କ ମଧ୍ୟ ଏନସିପିରୁ ନିଜ ପୁଅ ଯୁଗେନ୍ଦ୍ର ପାୱାରଙ୍କୁ ଫିଲ୍ଡକୁ ଆଣିପାରନ୍ତି । ଯାହା କୁହାଯାଉଛି ଶରଦ ପାୱାରଙ୍କ ସମର୍ଥନରେ ଯୁଗେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବ । ଯଦି ଏପରି ହୁଏ ତେବେ ଆଗାମୀ ଦିନରେ ଆଉ ଏକ ପାୱାର ଭର୍ସେସ୍ ପାୱାର ଲଢେଇ ଦେଖିବାକୁ ମିଳିବ ।

ଏହା ପୂର୍ବରୁ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଅଜିତଙ୍କ ପତ୍ନୀ ସୁପ୍ରିୟା ସୁଲେ ଏବଂ ଶରଦ ପାୱାରଙ୍କ ଝିଅ ସୁନୀତ୍ର ପାୱାର ବାରାମାଟିରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିଲେ । ଯେଉଁଥିରେ ସୁଲେ ୧.୫ ଲକ୍ଷ ଭୋଟରେ ପରାସ୍ତ କରିଥିଲେ। ତେବେ ଜୟଙ୍କୁ ପ୍ରାର୍ଥୀ କରିବା ନେଇ ଅଜିତ କହିଛନ୍ତି ଆମେ ଗଣତନ୍ତ୍ରରେ ବାସ କରୁଛୁ ଏବଂ ଜୟ ଏକ ସୁଯୋଗ ଦେବୁ। ମୁଁ ଆଉ ଆଗ୍ରହୀ ନୁହେଁ, ସାତ-ଆଠ ଥର ପ୍ରତିଦ୍ୱନ୍ଦ୍ୱିତା କରିସାରିଛି ।

ତେଣୁ ଯଦି ଅନ୍ୟ ସ୍ଥାନୀୟ କର୍ମୀମାନେ ଆଗ୍ରହୀ ହୁଅନ୍ତି ତାହେଲେ ଦଳର ସଂସଦୀୟ ବୋର୍ଡ ବାରାମାଟୀରୁ ତାଙ୍କ ସମ୍ପର୍କରେ ନିଷ୍ପତ୍ତି ନେବେ। ତେବେ ତେବେ ମହାରାଷ୍ଟ୍ର ରାଜନୀତିରେ ଏହି ଚର୍ଚ୍ଚା ଆଗକୁ କେଉଁ ଆଡ଼େ ଯାଉଛି ତାହା ଦେଖିବାକୁ ବାକି ରହିଲା

Related Articles

Back to top button
WP Twitter Auto Publish Powered By : XYZScripts.com