ଓଡ଼ିଶା

ପତ୍ନୀଙ୍କ ପରଲୋକ ପରେ ଅସୁସ୍ଥ କେନ୍ଦ୍ରମନ୍ତ୍ରୀ-ଦେଖନ୍ତୁ କେମିତି ରହିଛି ଜୁଏଲଙ୍କ ସ୍ୱାସ୍ଥ୍ୟବସ୍ଥା,

ଭୁବନେଶ୍ୱର: ପୁଣି ଅସୁସ୍ଥ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ପତ୍ନୀଙ୍କ ବିୟୋଗ ପରେ ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଏମ୍ସର ନ୍ୟୁ ପ୍ରାଇଭେଟ ୱାର୍ଡରେ ଭର୍ତ୍ତୀ କରାଯାଇଛି ।

ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିଲେ ଜୁଏଲ୍ । ଏବେ ପୁଣି ଥରେ ଅସୁସ୍ଥ ହେବା ପରେ ତାଙ୍କୁ ଛାତି ରୋଗ ବିଭାଗରେ ଚିକିତ୍ସା କରାଯାଉଛି । ଗତ ୩ ଦିନ ତଳେ ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଥିଲା ।

ଝିଙ୍ଗିଆ ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଜୁଏଲ୍‌ ମଧ୍ୟ ଡେଙ୍ଗୁରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ସେ ଉକ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ।

ତେବେ ପତ୍ନୀଙ୍କ ଏପରି ଅଚାନକ ବିୟୋଗରେ ଜୁଏଲ ଓରାମ ଦୁଃଖରେ ଖୁବ୍‌ ଭାଙ୍ଗି ପଡ଼ିବା ସହ ଚିନ୍ତାଗସ୍ତ ହୋଇପଡ଼ିଥିଲେ । ଏହାପରେ ହଠାତ୍‌ ସେ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି । କିନ୍ତୁ ବର୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ପକ୍ଷରୁ ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com