ଓଡ଼ିଶାବାଣିଜ୍ୟ

ମାନିଗଲେ ଦିଦି, ଏଥର ଓଡ଼ିଶାକୁ ଆସିବ ବେଙ୍ଗଲ ଆଳୁ

ଭୁବନେଶ୍ୱର: ଖସିବାର ନାଁ ଧରୁନି ଆଳୁଦର । ଯେଉଁଥିପାଇଁ ହନ୍ତସନ୍ତ ସାଧାରଣ ଖାଉଟି । ଆଉ ଏହାକୁ ପ୍ରସଙ୍ଗ କରି ବିରୋଧୀ ବି ଲଗାତାର ଘେରିବାରେ ଲାଗିଛନ୍ତି ସରକାରଙ୍କୁ । ତେବେ ଏହା ଭିତରେ ଆସିଛି ବଡ ଖବର । ଓଡ଼ିଶାକୁ ପୁଣି ଆଳୁ ଯୋଗାଇବେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମୁଖ୍ୟ ଶାସନ ସଚିବଙ୍କ ଏବଂ ମମତାଙ୍କ ସହ ଆଳୁ ବ୍ୟବସାୟୀ ସଂଘର ଆଲୋଚନା ପରେ ଓଡ଼ିଶାକୁ ଆଳୁ ପଠାଇବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇଛନ୍ତି। ଏହାପରେ ଓଡିଶା ବ୍ୟବସାୟୀମାନେ ପଶ୍ଚିମବଙ୍ଗରୁ ଅଧିକ ଆଳୁ ଗାଡି ଆଣିଛନ୍ତି। ଏଥିସହିତ ମୋହନ ମାଝୀଙ୍କ ଆଗରେ ଦିଦି ମୁଣ୍ଡ ନୁଆଇଁ ଥିବା ଚର୍ଚ୍ଚା ହେଉଛି ।

ପୂର୍ବରୁଅନ୍ୟ ରାଜ୍ୟକୁ ଆଳୁ ପଠାଇବା ବେଳେ ବେଙ୍ଗଲ ପୋଲିସ ବ୍ୟବସାୟୀଙ୍କୁ ବାଧା ଦେଉଥିଲା । ଆଳୁ ଗାଡି ସୀମା ପାର କରିବା ବେଳେ ଟ୍ରକ ପିଛା ଟଙ୍କା ଆଦାୟ କରୁଥିଲା । ଏଥିରେ ବ୍ୟବସାୟୀମାନେ କ୍ଷତି ସହୁଥିବାରୁ ରାଜ୍ୟକୁ ଅଧିକ ଆଳୁ ଆଣିପାରୁନଥିଲେ । ଏବେ ଆଳୁ ପରିବହନ ସ୍ୱାଭାବିକ ହେଲେ ରାଜ୍ୟରେ ଆଳୁ ସଙ୍କଟ ଟଳିବା ସହିତ ଦର କମିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com