ଓଡ଼ିଶା

ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ, ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଆଖି ବୁଜିଲେ

କଳାହାଣ୍ଡି() ଖବର ସଂଗ୍ରହ କରିବାକୁ ଯାଇ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଆଖି ବୁଜିଲେ ଯୁବ ସାମ୍ବାଦିକ । ଏଭଳି  ଆଜି ଏକ ହୃଦୟ ବିଦରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । ମୃତକ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ । ରୋହିତ ଏକ ଦୈନିକ ଖବରକାଗଜରେ ରିପୋର୍ଟର ଭାବେ କାମ କରୁଥିଲେ ।

କରଲାଖୁଣ୍ଟା ବ୍ରିଜରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ଆଜି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ପୋଷ୍ଟରଟି ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍‌ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ଛିଟିକି ପଡ଼ିଥିଲେ ରୋହିତ। ତାଙ୍କ ମୁହଁ ଓ ହାତ ଗୋଡ଼ ତଥା ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ   ଘଟଣା ସ୍ଥଳରେ ହିଁ  ପ୍ରାଣ ହରାଇଛନ୍ତି ରୋହିତ । ଘଟଣାସ୍ଥଳକୁ ବର୍ତ୍ତମାନ ସିଆରପିଏଫ ଓ ପୁଲିସ୍‌ ଛାଉଣୀ କରାଯାଇଛି । ହେଲେ ମୃତଦେହକୁ ଉଦ୍ଧାର କରାଯାଇପାରି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com