ଓଡ଼ିଶା

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା-ଏଥର କଡ଼ାକଡ଼ି ହେବ ପ୍ରଶ୍ନପତ୍ର,

ଭୁବନେଶ୍ୱର: ଘୋଷଣା ହେଲା ଯୁକ୍ତ2 ପରୀକ୍ଷା ତାରିଖ l ଏହା ସହିତ ବଦଳିଲା ପରୀକ୍ଷା ଢାଞ୍ଚା l ଏନେଇ ସୁଚନl ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। ଏହି ଅନୁସାରେ ଆସନ୍ତା ବର୍ଷ ଫେବୃଆରୀ ୧୫ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା ହେଵ l ପ୍ରାକ୍ଟିକାଲ ଏବଂ ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ତାରିଖ ମଧ୍ୟରେ ଶେଷ ହେବ l

ସେହିପରି ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ। ୨୦୨୫ ବାର୍ଷିକ +୨ ପରୀକ୍ଷା ପାଇଁ ବଦଳିଛି କୋଶ୍ଚିନ ପ୍ୟାଟର୍ଣ୍ଣ ।

ଏଣିକି ବାର୍ଷିକ ପରୀକ୍ଷାରେ ଆଉ ୧୦୦ ନୁହେଁ, ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରି ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍‌ କରିବେ। ନ ହେଲେ ଫେଲ୍‌ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ୍‌ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରି ମାର୍କ ସହ ମିଶ୍ରଣ କରାଯାଇ ପାସ୍‌ ବୋଲି ଗଣାଯିବ ନାହିଁ।

ତେବେ ୨୦୨୫ ଯୁକ୍ତ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ସିଏଚ୍‌ଏସ୍‌ଇ ଯୋଜନା ରଖିଥିଲା। କିନ୍ତୁ ବର୍ତ୍ତମାନ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ନାମଲେଖା ଶେଷ ହୋଇ ନ ଥିବାରୁ ଓକାକ ମନା କରିଦେଇଥିଲା। ଯୁକ୍ତ୨ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com