Uncategorizedଜାତୀୟରାଜନୀତି

ଆରଜି କର Ex- ପ୍ରିନ୍ସପାଲଙ୍କ ଜଘନ୍ୟ କାଣ୍ଡ, ଶବ ସହ କରୁଥିଲେ ଏମିତି

ପଶ୍ଚିମବଙ୍ଗ: ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସାରା ଦେଶରେ ଏବେ ଚର୍ଚ୍ଚାରେ ରହିଛି ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ । ଘଟଣାକୁ ନେଇ Ex- ପ୍ରିନ୍ସିପାଲ ସନ୍ଦୀପ ଘୋଷ କଲେଜରୁ ଇସ୍ତଫା ଦେଇସାରିଛନ୍ତି ।

ତେବେ ଏହା ଭିତରେ ଆହୁରି ଏକ ବଡ଼ ଅଭିଯୋଗ ଆସିଛି ସନ୍ଦୀପ ଘୋଷଙ୍କ ନାମରେ । ବାଂଲାଦେଶକୁ ମୃତଦେହ ବିକ୍ରି କରି ରାକେଟ୍ ଚଳାଇଛନ୍ତି । ସେ ଅଚିହ୍ନା ଶବକୁ ବିକ୍ରି କରିଥାନ୍ତି । ଏପରି ଅଭିଯୋଗ ଆଣିଛନ୍ତି ହସ୍ପିଟାଲର ପୂର୍ବ ଡେପୁଟି ସୁପରଟେଣ୍ଡ ଅଖତର ଅଲ୍ଲୀ ।

ସେହିପରି ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ଚିକିତ୍ସା ଉପକରଣ ସପ୍ଲାଏ ତସ୍କରରେ ସନ୍ଦୀପ ସାମିଲ୍‌ ଥିବା ଅଖତର ଅଭିଯୋଗ ଆଣିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟକୁ ନେଇ ରାଜ୍ୟ ଭିଜିଲାନ୍ସ କମିଶନଙ୍କ ନିକଟରେ ଅଭିଯୋଗ ଜୋଇଥିଲା । ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା । ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନଥିଲା । ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ପ୍ରିନ୍ସପାଲଙ୍କୁ କିଛି ଗଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳିଥିଲା।

ସେହିପରି ଆଉ ଏକ ବଡ ଅଭିଯୋଗ ମଧ୍ୟ ଆଣିଛନ୍ତି ସୁପରିଟେଣ୍ଡ ଅଖତର । ସନ୍ଦୀପ ଘୋଷ ଆରଜି ମେଡିକାଲରୁ ପିଲାଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଇଛନ୍ତି। ଯାହାଦ୍ୱାରା ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରିପାରିବେ।

ତେବେ ମୃତଦେହ ବିକ୍ରି, ପିଲାଙ୍କୁ ଫେଲ୍ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିବାପରେ ଏବେ ସନ୍ଦୀପ ଘୋଷଙ୍କ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com