ଓଡ଼ିଶା

ତମ୍ବାପଥର ଉତ୍ତୋଳନ ବେଳେ ମିଳିଲା ଗଚ୍ଛିତ ସୁନା ଖଣିର ସନ୍ଧlନ: ବିଭୂତି ଜେନା

ଭୁବନେଶ୍ୱର: ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି । ଗୁରୁବାର ଅର୍ଥାତ ୨୨ଅଗଷ୍ଟ ତାରିଖର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ଜିଏସ୍‌ଆଇ ଦ୍ବାରା ତମ୍ବାପଥର ଉତ୍ତୋଳନ ବେଳେ ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ଜଣାପଡ଼ିଛି l ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଦେବଗଡ଼ ଜିଳା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର ଜିଲାର ଗୋପୁର-ଗାଜିପୁର, ମାଙ୍କଡ଼ଚୁଆଁ, ସଲେଇକଣା ଓ ଡିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି।

ସେହିପରି ମୟୂରଭଞ୍ଜ ଜିଲାର ଯଶୀପୁର,ସୁଲେଇପାଟ, ସୁରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷଣ ଚାଲିଛି।

ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ କୋରାପୁଟ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲାର କେତେକ ସ୍ଥାନରେ ସୁନା ଖଣି ଥିବା ସନ୍ଧାନ ମିଳିଛି। ୧୯୮୧-୮୩ ଏବଂ ୧୯୮୯-୯୬ରେ ଚିହ୍ନିତ କରାଯାଇଥିବା କେନ୍ଦୁଝର ଜିଲାର ଗୋପୁର-ଗାଜିପୁର ଅଞ୍ଚଳରେ ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଭାରତୀୟ ଭୂ-ବ‌ୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଏବଂ ଖଣି ଭୂତତ୍ତ୍ବ ନିର୍ଦ୍ଦେଶାଳୟର ମିଳିତ ସହେଯୋଗରେ ଜି-୨ସ୍ତରରେ ୨୦୨୧-୨୦୨୨ରୁ ଚାଲୁ ରହିଛି।

ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀସ୍ତରରେ ବର୍ତ୍ତମାନ କୌଣସି ଯୋଜନା ନାହିଁ। ମାଙ୍କଡ଼ଚୁଆଁ, ସଇେଲକଣା, ଡିମିରିମୁଣ୍ଡା ଅଞ୍ଚଳରେ ଓଡ଼ିଶା ଖଣି ନିଗମ ଦ୍ବାରା ଜି-୪ ଏବଂ ଜି-୩ସ୍ତରରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ‌ବୋଲି ମନ୍ତ୍ରୀ କହିଛନ୍ତି।

ଅପରପକ୍ଷରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ସୂଚନା ମିଳିଛି। ଓଡ଼ିଶାରେ ସୁନାଖଣି ହେଲେ ଏହା ରାଜ୍ୟର ଅର୍ଥନୀତି ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com