ଓଡ଼ିଶାରାଜନୀତି

ବଦଳିବ କଂଗ୍ରେସର ରୂପରେଖ! ଯୁବନେତାଙ୍କୁ ମିଳିବ ବଡ ଦାୟିତ୍ୱ! ଦେଖନ୍ତୁ

ଭୁବନେଶ୍ୱର: ଏଆଇସିସିର ହେବ ଆମୁଳଚୂଳ ପରିବର୍ତ୍ତନ । ବଦଳିବ କଂଗ୍ରେସର ରୂପରେଖ । ପରିବର୍ତ୍ତନ ହେବ ନେତୃତ୍ୱ । ଯୁବ ଓ ବରିଷ୍ଠଙ୍କୁ ଦିଆଯିବ ଗୁରୁତ୍ୱ । ଏନେଇ ଦଳୀୟ ମହଲରେ ଜୋର ଧରିଛି ଚର୍ଚ୍ଚା ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ,ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଭଳି ବରିଷ୍ଠ ନେତା ଦଳର ଦାୟିତ୍ୱ ନେବେ । ଏହା ସହିତ ନିକଟରେ କଂଗ୍ରେସ ତିଆରି କରିଥିବା ଜଏଣ୍ଟ ସେକ୍ରେଟାରୀ ପୋଷ୍ଟକୁ ହଟାଇ ଦିଆଯିବ । ଏହି କମିଟିରେ ପାଖାପାଖି ୩୫-୪୦ଜଣଙ୍କୁ ନିଯୁକ୍ତି ମିଳିବ । ସେମାନଙ୍କୁ ସଚିବ କରାଯିବ ବୋଲି ଜଣାପଡିଛି । ସେହିପରି ପୁରୁଖା ନେତାଙ୍କୁ ଜେନେରାଲ ସେକ୍ରେଟାରୀ ଦାୟିତ୍ୱ ଦିଆଯିବ ।

ଏଥିପାଇଁ ପ୍ରାୟ ଗତ ଏକ ମାସ ଧରି କସରତ କରିଛନ୍ତି କଂଗ୍ରେସ ଯୁବରାଜ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ବିଭିନ୍ନ ରାଜ୍ୟର ବରିଷ୍ଠ ଓ ଯୁବନେତାଙ୍କୁ ଭେଟି ତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ରାହୁଲ । ଯାହକୁ ଇଣ୍ଟରଭୁ୍ୟ ନେଇଛନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଓଡିଶାର ମଧ୍ୟ କିଛି ବରିଷ୍ଠ ବା ଯୁବ ନେତା ଏଆଇସିସିରେ ରହିପାରନ୍ତି ।

ଯେମିତି କି ସପ୍ତଗିରି ଉଲ୍ଲାକା, ଯୁବ ଚେହେରା ଭାବେ ଭକ୍ତ ଦାସଙ୍କ ପୁଅ ସାଗର ଦାସ ଓ ବିଶ୍ୱରଂଜନ ମହାନ୍ତି ଆଦି ପ୍ରମୁଖ ନେତା ସ୍ଥାନ ପାଇବାର ସମ୍ଭାବନା ରହିଛି । ଏହି ଅଗଷ୍ଟ ୩୧ସୁଦ୍ଧା ଏଆଇସିସିର ନବକଳେବର ହେବ, ଏହି ଚର୍ଚ୍ଚା ଏବେ ସବୁଠି ।

Related Articles

Back to top button
WP Twitter Auto Publish Powered By : XYZScripts.com