ଓଡ଼ିଶାରାଜନୀତି

ଜଣାପଡିଲା କିଏ ଯିବ ଦିଲ୍ଲୀ ଦରବାର! ଲାଷ୍ଟ ଆୱାର,ଲାଷ୍ଟ ମିନଟରେ ଘଟିବ ଏମିତି, ଦେଖନ୍ତୁ

ଭୁବନେଶ୍ୱର: କିଏ ଯିବ ଦିଲ୍ଲୀ ଦରବାର । କାହାକୁ ରାଜ୍ୟସଭା ପଠାଇବ ବିଜେପି । ମମତା ମହାନ୍ତ ନା ଜଗନ୍ନାଥ ପ୍ରଧାନ, ତାକୁ ନେଇ ଲାଗି ରହିଛି ସସପେନ୍ସ । କାରଣ ଆସନ ଗୋଟିଏ, ହେଲେ ମଇଦାନରେ ଅଛନ୍ତି ୨ପ୍ରାର୍ଥୀ । ସେ ପୁଣି ଗୋଟିଏ ଦଳର ହୋଇଥିବାରୁ ଏବେ ବି କାଏମ ରହିଛି ୨ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ । ବିଜେପିରୁ ମମତା ମହାନ୍ତ ନୋମିନେସନ ଭରି ଥିବା ବେଳେ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ ।

ତେଣୁ କିଏ ଯିବ ଆଉ କିଏ ଓହରିବ ସେନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଦୁହିଁଙ୍କ ଭିତରୁ କାହାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ, ସେନେଇ ରାଜନୈତିକ ମହଲରେ ଚାଲିଛି ଟୁପୁରଟାପର ।

ଏହାରି ଭତରେ କୁହାଯାଉଛି ଓଡିଶା ବିଜେପି ଏବେ ୨ଫାଳ ଏବଂ ଜଗନ୍ନାଥଙ୍କ ପାଇଁ ଯେଉଁ ୧୦ପ୍ରସ୍ତାବକ ରହିଛନ୍ତି, ସେମାନେ ହେଲେ ଦାଗୀ ବିଧାୟକ । କିନ୍ତୁ ଏମିତି କିଛି ଚର୍ଚ୍ଚା ସଂପୂର୍ଣ୍ଣ ଅମୁଳକ ବୋଲି ଜଣାପଡିଛି । କାରଣ ଇଏ ହେଉଛି ବିଜେପିର ବ୍ୟାକଅପ୍ ପ୍ଲାନ୍ । ୨ଜଣ ପ୍ରାର୍ଥୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏଭଳି ସ୍ୱତନ୍ତ୍ର ଷ୍ଟ୍ରାଟେଜୀ ଆପଣେଇଛି ବିଜେପି । ମମତା ବିଜେଡି ଛାଡି ବିଜେପିରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଥିବାରୁ ଦଳ କିଛି ବଡ ବାର୍ତା ଦେବାକୁ ଚାହୁଁଛି ।

ସେହିପରି ଜଗନ୍ନାଥ ପ୍ରଧାନ ଜଣେ ଟାଣୁଆ ନେତା ଓ ତାଙ୍କ ପ୍ରଭାବ ବି ବିଜେପିରେ ବେଶ୍ ରହିଛି । ତାଙ୍କ ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ଜଣାପଡିଛି । ତେଣୁ ଜଗନ୍ନାଥ ରାଜ୍ୟସଭା ଯିବା କିଛି ଅସମ୍ଭବ ନୁହେଁ ।

ସେପଟେ ଏନେଇ ଯଦିଓ ଦଳୀୟ ନେତା ମୁହଁ ଖୋଲିନାହାନ୍ତି କିନ୍ତୁ ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ସମୟକୁ ଅପେକ୍ଷା କର । ଏସବୁ ଭିତରେ ୨୭ରେ ନାମାଙ୍କନ ପ୍ରତ୍ୟାହାର ଶେଷ ଦିନ ରହିଛି । କୁହାଯାଉଛି ସେହିଦିନ ଯଦି କୌଣସି ପରିସ୍ଥିତି ଉପୁଜେ, ଆଉ ମମତା ମହାନ୍ତଙ୍କୁ ପ୍ରତ୍ୟାହାର କରିବାକୁ ପଡିପାରେ, ସେ କ୍ଷେତ୍ରରେ ଜଗନ୍ନାଥଙ୍କୁ ପଠାଇବା ପାଇଁ ଏଭଳି ପ୍ଲାନ କରିଛି ବିଜେପି ।

ତେଣୁ ସେହି ସମୟରେ ଚମକାଇ ଦେବା ଘଟଣା କିଛି ଘଟିପାରେ ବୋଲି ଆକଳନ କରାଯାଉଛି । ଅର୍ଥାତ ସେଇ ଲାଷ୍ଟ ଆୱାର,ଲାଷ୍ଟ ମିନଟରେ ଏମିତି କଣ ହେବ ଯେ ଯାହା ରାଜ୍ୟସଭା ଦୃଶ୍ୟ ପଟ ବଦଳେଇ ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com