ଓଡ଼ିଶାରାଜନୀତି

ଆଳୁ ପାଇଁ ନବୀନଙ୍କ ଉପରେ ଗର୍ଜିଲେ ମୋହନ, କାହିଁକି ଜଣାନ୍ତୁ

ଭୁବନେଶ୍ୱର: କମୁନି ଆଳୁ ଦର l ୨ମାସ ହେବ ଆଳୁ ପାଇଁ ଖାଉଟି ହନ୍ତସନ୍ତ l ଏନେଇ ଆଜି ଅର୍ଥାତ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି l

ଓୟୁଏଟି ପ୍ରତିଷ୍ଠା ଦିବସରେ ଯୋଗ ଦେଇ ବିଜେଡି ସୁପ୍ରିମୋ ନବୀନଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଳୁ ଦର ବୃଦ୍ଧି ନେଇ ସେ କହିଛନ୍ତି, ପୂର୍ବ ସରକାରରେ କୃତ୍ରିମ ସମସ୍ୟା ତିଆରି କରାଯାଇଥିଲା। ଆଳୁ ମିଶନକୁ ନିଜ ସରକାରକୁ ବଞ୍ଚାଇବାକୁ କରିଥିଲେ। ହେଲେ ଚାଷୀ ବଞ୍ଚାଇବା କାର୍ଯ୍ୟକ୍ରମ ପୂର୍ବ ସରକାର କରି ନଥିଲେ।

ଏବେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆସିଛି। ଆଉ ଏବେ ଆଳୁ ସମସ୍ୟା ସମାଧାନ ହୋଇଛି। ଭଲ କିସମର ଆଳୁ ଗବେଷଣା କରିବାକୁ OUATକୁ ମୁଖ୍ୟମନ୍ତ୍ରୀ ଆହ୍ବନ କରିଛନ୍ତି। ପିପିପି ମୋଡରେ ଶୀତଳ ଭଣ୍ଡାର କରାଯିବ ବୋଲି ମୋହନ ମାଝି କହିଛନ୍ତି। ତେବେ ମୋହନଙ୍କ ପ୍ରତିଶୃତି ଆଳୁ ଚାଷୀଙ୍କ ପାଇଁ କେତେ କାର୍ଯ୍ୟକାରୀ ହେବ ସମୟକୁ ଅପେକ୍ଷା l

Related Articles

Back to top button
WP Twitter Auto Publish Powered By : XYZScripts.com