Uncategorizedଅନ୍ତର୍ଜାତୀୟଜାତୀୟ

ୟୁକ୍ରେନରୁ ଫେରିଲେ ମୋଦି: ପାକିସ୍ତାନରୁ ଆସିଲା ନିମନ୍ତ୍ରଣ, କଣ ପାଇଁ ଜଣାନ୍ତୁ

ନୂଆ ଦିଲ୍ଲୀ: ପାକିସ୍ତାନରୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିମନ୍ତ୍ରଣ। କାଉନସିଲ ଅଫ ହେଡସ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି । ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ l

ଏଥିରେ ଚାଇନା ମଧ୍ୟ ଯୋଗଦେବାର ଆଶା ରହିଛି। ଏଥିରେ ଯୋଗଦେବାକୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ ନିମନ୍ତ୍ରଣ ଗ୍ରହଣ କରିନାହାନ୍ତି। ଯଦି ସେ ଏହାକୁ ଗ୍ରହଣ କରନ୍ତି ତlହେଲେ ସେ ଏଥିରେ ଭାଗ ନେବାକୁ ଯିବେ ବୋଲି ଆଶା କରାଯାଉ ନାହିଁ।

ମୋଦି ଏହି ବୈଠକ ପାଇଁ ଜଣେ ଭାରତୀୟ ପ୍ରତିନିଧୀଙ୍କୁ ପଠାଇବେ ନା ଏହି ବୈଠକକୁ ବୟକଟ କରିବେ ତା’ ନେଇ ଲାଗି ରହିଛି ଚର୍ଚ୍ଚା। ଏଭଳି ପରିସ୍ଥିତିରେ ଭାରତ କେବଳ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପାକିସ୍ତାନରେ ହେବାକୁ ଥିବା ସିଏଚଜି ବୈଠକରେ ଯୋଗଦେବାକୁ ପଠାଯାଇପାରେ।

କିନ୍ତୁ ସେ ପାକିସ୍ତାନ ଯିବା ପରିବର୍ତ୍ତେ ଏହାକୁ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କାରଣ ଜମ୍ମୁ-କଶ୍ମୀରରେ କିଛି ସମୟ ଧରି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ତିକ୍ତ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com