ଜାତୀୟରାଜନୀତି

କ୍ଷୁବ୍ଧ ପ୍ରକୃତି କଲେ ୫କୋଟି ୧୦ ଲକ୍ଷର ମାନହାନୀ ମୋକଦ୍ଦମା , ବାବୁସାନଙ୍କ ପତ୍ନୀ ଏବଂ ବାପାଙ୍କ ବିରୋଦ୍ଧରେ କଲେ ମୋକଦ୍ଦମା

ପୋଲିସଠାରୁ ନିରାଶ ହୋଇ ନ୍ୟାୟ ପାଇଁ ମଙ୍ଗଳବାର ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟରେ ୫କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି। ପ୍ରକୃତି ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂରଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ତାଙ୍କ ବିରୁଦ୍ଧରେ ନାନା ପ୍ରକାର ଖବର ପ୍ରସାରଣକୁ ନେଇ ସେ ୟୁଟ୍ୟୁବ ବିରୁଦ୍ଧରେ ମଧ୍ୟ ମାନହାନୀ ମକଦ୍ଦମା କରିଛନ୍ତି। ବହୁ ଚର୍ଚ୍ଚିତ ବାବୁସାନ୍‌-ତୃପ୍ତୀ ଏବଂ ପ୍ରକୃତି ମାମଲା ପୁଣି ଥରେ ମୁଣ୍ଡ ଟେକିଛି। ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର । ଯେଉଁଭଳି ଭାବେ ବାବୁସାନଙ୍କ ପତ୍ନୀ ତୃପ୍ତି ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ, ତାକୁ ନେଇ ବେଶ କ୍ଷୁବ୍ଧ ହୋଇଛନ୍ତି ପ୍ରକୃତି । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କରିବେ ମାନହାନୀ ମକଦ୍ଦମା । ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ଏନେଇ ଭୁବନେଶ୍ବର କୋର୍ଟରେ ମାନହାନୀ ମକଦ୍ଦମା କରିବାକୁ ପହଞ୍ଚିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com