Uncategorizedଜାତୀୟରାଜନୀତି

ହରିୟାଣା ଜିତିବା ପାଇଁ ରାହୁଲ ଗାନ୍ଧିଙ୍କ କଣ ରହିଛି ସ୍ୱତନ୍ତ୍ର ଷ୍ଟ୍ରାଟେଜୀ, ଦେଖନ୍ତୁ

ନୂଆ ଦିଲ୍ଲୀ: ଆସନ୍ତା ଅକ୍ଟୋବର ୧ରେ ହରିୟାଣା ବିଧାନସଭା ନିର୍ବାଚନ । ଏନେଇ ଜୋରଦାର କସରତ ଚଳାଇଛି କଂଗ୍ରେସ । କାହାକୁ ଟିକେଟ ମିଳିବ, କେମିତି ଫାଇଟ୍ କରିବ ସେଥିପାଇଁ ମାପିଚୁପି କାମ କରୁଛି ଦଳ । ଏବେ ହରିୟାଣାର ରାଜନୀତି ଦେଖିଲେ ସେଠି ଟଣାଟଣି ହେଉଛନ୍ତି ୩ ବରିଷ୍ଠ ନେତା ।

ସେମାନେ ହେଲେ ଭୂପିନ୍ଦର ସିଂ ହୁଡ୍ଡା, ରଣଦୀପ ସୂର୍ଯ୍ୟୱାଲା ଓ କୁମାରୀ ସାଲେଜା । ଏବଂ ଅନ୍ୟଜଣେ ନେତ୍ରୀ ହେଲେ କିରଣ ଚୌଧୁରୀ । ଏ ତମାମ ନେତାଙ୍କ ଭିତରେ ଚାଲିଛି ତୁତୁମେମେ । ଫଳରେ ଏହି ଆଣ୍ଟି ହୁଡ୍ଡା ଗ୍ୟାଙ୍ଗର ରାଜ୍ୟସ୍ତରୀୟ ନେତ୍ରୀ କିରଣ ଚୌଧୁରୀ ଏବେ କଂଗ୍ରେସ ଛାଡି ପଦ୍ମ ଧରି ସାରିଛନ୍ତି । ତେବେ ଏହାପଛର ମୁଖ୍ୟ କାରଣ ହେଲା ସେଠାରେ ଭୂପିନ୍ଦର ସିଂ ହୁଡ୍ଡାଙ୍କ ପ୍ରଭାବ ଅଧିକ । ସେ ଜଣେ ଟାଣୁଆ ନେତା ।

ସେହିପରି ରଣଦୀପ ସୂର୍ଯ୍ୟୱାଲା ଓ କୁମାରୀ ସାଲେଜାଙ୍କ ଗାନ୍ଧି ପରିବାରର ସହ ରହିଛି ସୁଂସପର୍କ । କିନ୍ତୁ ଏମାନଙ୍କ ହୁଡ୍ଡାଙ୍କ ସହ ରହେନି ତାଳମେଳ । ଆଂଟି ହୁଡ୍ଡା ହୋଇ କରିନ୍ତି ବିଭିନ୍ନ କାର୍ଯ୍ୟକ୍ରମ । ଏହାଦ୍ୱାରା ହରିୟାଣାରେ କଂଗ୍ରେସ ୨ ଭାଗ ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଗୋଷ୍ଠୀ ହୁଡ୍ଡା ଗ୍ୟାଙ୍ଗର ଏବଂ ଅନ୍ୟଟି ଆଂଟି ହୁଡ୍ଡା ଗୋଷ୍ଠୀ ବୋଲି କୁହାଯାଉଛି ।

ସେପଟେ ହୁଡ୍ଡାଙ୍କ ପ୍ରତିପତି ବଢୁଥିବାରୁ କଂଗ୍ରେସ ଛାଡି ବିଜେପି ଶିବିରକୁ ଜମ୍ପ କରିଛନ୍ତି ଅନେକ ନେତା । ଯେହେତୁ ଭୂପିନ୍ଦରଙ୍କ ଦୃଢ ସଂଗଠନ ରହିଛି ଓ ଦବଦବା ଅଧିକ, ତେଣୁ ମୁଣ୍ଡ ଟେକିଥିବା ବିବାଦକୁ ମ୍ୟାନେଜ କରିବା ପାଇଁ ଷ୍ଟ୍ରାଟେଜୀ ତିଆରି କରିଛନ୍ତି ରାହୁଲ ଗାନ୍ଧି । ଆଉ ଏବେ ଇଲେକ୍ସନ ସମୟ ଥିବାରୁ ଏହା କଂଗ୍ରେସ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି ।

ଯେହେତୁ ବିଜେପି ଉପରେ ଲୋକେ ଅତିଷ୍ଟ ହୋଇପଡିଛନ୍ତି, ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଛି । ଆଉ ଲୋକେ ପରିବର୍ତନ ଚାହୁଁ ଥିବାରୁ ଏହାର ଫାଇଦା ନେବାକୁ ପ୍ରୟାସ କରୁଛି କଂଗ୍ରେସ । ତେଣୁ ରାହୁଲ ଓ ଦଳ ଶୀର୍ଷ ନେତୃତ୍ୱ ବୁଝିଲେଣି ଯେ ଯଦି ଏମାନେ ନିଜ ଭିତରେ ଗୋଡ ଟଣାଟଣି କରି କିଛି ଆକ୍ସନ ନିଅନ୍ତି, ତାହେଲେ ଦଳ ପୁଣି ହାର ମାନିବ ଆଉ ବିଜେପି ଫାଇଦା ନେବ ।

ଏ ସବୁ ଦୃଷ୍ଟିରୁ ଏବେ ସବୁ ନେତାଙ୍କ ଉପରେ ରାହୁଲଙ୍କ ଚାବୁକ ପଡିଛି । ସମସ୍ତଙ୍କୁ ଡାକି କଡା ଦାଗିଦ କରିଛନ୍ତି । କହିଛନ୍ତି ସମସ୍ତେ ମିଳିମିଶି ତାଳମାଳ ରଖି କାମ କର । ଆଉ ମୁଁ ଏହାର ମନିଟର କରିବି । ଏବଂ ପ୍ରାର୍ଥୀ ଚୟନ ବେଳେ ଯେମିତି ସମସ୍ତ ଗୋଷ୍ଠିର ଲୋକଙ୍କୁ ଉଚିତ ସ୍ଥାନ ବା ଟିକେଟ ମିଳିବ ସେନେଇ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com