ଜାତୀୟ

ବ୍ୟାପକ ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର, ବଦଳିବ ବିକାଶ ଚିତ୍ର

ନୂଆଦିଲ୍ଲୀ: ଲଦାଖରେ ଗଠନ ହେବ ୫ ନୂଆ ଜିଲ୍ଲା । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଜିଲ୍ଲାଗୁଡ଼ିକର ନାମ ହେଉଛି ଜନସ୍କାର, ଦ୍ରାସ୍ , ଶାମ୍, ନୁବ୍ରା, ଏବଂ ଚଙ୍ଗଥାଙ୍ଗ।

ଏହି ଘୋଷଣା କରିବା ସହିତ “ମୋଦି ସରକାର ଲଦାଖର ଲୋକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଶାହ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଲଦାଖବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି, “ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲାର ସୃଷ୍ଟି ଉତ୍ତମ ଶାସନ ଏବଂ ସମୃଦ୍ଧତା କ୍ଷେତ୍ରରେ ଏକ ପଦକ୍ଷେପ । ଜନସ୍କର, ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ ଲୋକଙ୍କ ପାଖରେ ସେବା ଏବଂ ସୁଯୋଗ ପହଞ୍ଚାଇବାରେ ସହାୟକ ହେବ ।

ବର୍ତ୍ତମାନ ଲଦାଖ ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଲେହ ଏବଂ କାର୍ଗିଲ୍ ନାମରେ ୨ଟି ଜିଲ୍ଲା ରହିଛି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଆଉ ପାଞ୍ଚ ଜିଲ୍ଲା ଗଠନ ହେଲେ ଲଦାଖରେ ଜିଲ୍ଲା ସଂଖ୍ୟା ୭ରେ ପହଞ୍ଚିବ । ଏହି ସବୁ ଜିଲ୍ଲା ଗଠନ ହେବା ପରେ ଦୁର୍ଗମ ଅଞ୍ଚଳରେ ସରକାରୀ ସୁବିଧା ପହଞ୍ଚିବା ଅଧିକ ସହଜ ହେବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com