ଓଡ଼ିଶା

ମଣିଷକୁ ସଂକ୍ରମଣ ହୋଇ ନାହିଁ ବାର୍ଡ ଫ୍ଲୁ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ମଣିଷକୁ ହୋଇ ନାହିଁ ବାର୍ଡ ଫ୍ଲୁ ସଂକ୍ରମଣ। ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ ଆସିଛି। ଏନେଇ ଗୁରୁବାର ଅର୍ଥାତ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେପଟେ ବାର୍ଡ ଫ୍ଲୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କର ନମୁନା ପରୀକ୍ଷା ହେବାକୁ ଯାଇଥିଲା ତାହା ନେଗେଟିଭ୍ ଆସିଛି। ପିପିଲି ଏବଂ ସତ୍ୟବାଦୀରେ ବାର୍ଡ ଫ୍ଲୁ ନିୟନ୍ତ୍ରଣରେ ରହିଛି। ବିଭାଗ ପକ୍ଷରୁ ପୂର୍ବରୁ ୨ଟି ରାପିଡ ରେସପନ୍ସ ଟିମ୍ ପଠାଯାଇଥିଲା ।

ଏବେ ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ । ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଔଷଧ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି କରାଯାଇଛି।

ତାପରେ ବାର୍ଡ ଫ୍ଲୁ ନିମାପଡ଼ା ଡେଲାଙ୍ଗକୁ ବ୍ୟାପିଛି କି ନାହିଁ ଜାଣିବା ପାଇଁ ସେହି ସ୍ଥାନର କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଦିଆଯାଇଛି। ଯେଉଁମାନେ କୁକୁଡ଼ା ସସ୍ପର୍ଶରେ ଆସୁଛନ୍ତି ବା କୌଣସି ଲୋକଙ୍କୁ ଥଣ୍ଡା କାଶ ହେଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପାଇଁ ପରାମର୍ଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com