ଓଡ଼ିଶା

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ, ଜାଣନ୍ତୁ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣି । ଆୟ ବହିର୍ଭୂତ ସମ୍ପତି ଠୂଳ ଅଭିଯୋଗରେ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ l କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘର ସମେତ ଏକ କାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଏକା ସାଙ୍ଗରେ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ । ପ୍ରଦୀପଙ୍କ ଘର ସମେତ ଶେରଗଡ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଭିଜିଲାନ୍ସ ଚଢାଉ ।

ବାଲେଶ୍ୱର ଘର, ଭୁଇଁପଡ଼ା ବାଲେଶ୍ୱରରେ ଥିବା ପୈତୃକ ଘର,ଶେରଗଡ଼ରେ ଥିବା ମାର୍କେଟ କମ୍ପ୍ଲେକସ, ନୀଳଗିରିରେ ଥିବା ସମ୍ପର୍କୀୟଙ୍କ ଘରେ, ଭୁଇଁପଡ଼ାରେ ରହୁଥିବା ଅନ୍ୟଜଣେ ସମ୍ପର୍କୀୟଙ୍କ ଘର ସହ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି।

ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଡିଶନାଲ ଏସ୍‌ପି ହରେକୃଷ୍ଣ ମାଝିଙ୍କ ସହିତ ପୋଲିସ ଇନ୍ସପେକ୍ଟର ବଙ୍କିମ୍‌ ଭୋଲ୍‌, ୨ ସିଭିଲ ଇଞ୍ଜିନିୟରଙ୍କ ସହ ୪ ଜଣ ସହକାରୀ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com