ଓଡ଼ିଶା

ବନ୍ଦ ହେଲା ନୂଆ ଓ’-ପିଜି-ୟୁଜି ପିଲାଙ୍କ ଆର୍ଥିକ ସହାୟତା ପାଇଁ ନୂଆ ଆସିବ ଯୋଜନା, କେମିତି ଜାଣନ୍ତୁ

ଭୁବନେଶ୍ଵର: ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ । ପୂର୍ବ ସରକାରଙ୍କ ନୂଆ ଓ’ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର । ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ୍‌ ନାଁରେ ଆସିବ ନୂଆ ଯୋଜନା ।

ଅଭାବରେ ପଡି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବା ପାଇଁ ଚଳିତ ବର୍ଷ ଠାରୁ ନୂଆ ଯୋଜନା ପ୍ରଣୟନ କରିବେ ରାଜ୍ୟ ସରକାର । ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।

ଅପର ପକ୍ଷରେ ନୂଆ ଓ’ କାର୍ଯ୍ୟକ୍ରମ ଜରିଆରେ କଲେଜ ଗୁଡିକରେ ନାଚଗୀତ ପାଇଁ ପ୍ରାୟ ୯୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବତନ ବିଜେଡି ସରକାର । ସୂଚନାନୁଯାୟୀ, ତତ୍କାଳୀନ ବିଜେଡି ସରକାର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ ଓ’ ଛାତ୍ରବୃତ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ ।

ଏହି ଯୋଜନାରେ ଛାତ୍ରୀମାନଙ୍କୁ ୧୦ ହଜାର ଏବଂ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଥିଲେ। ଏହି ଛାତ୍ରବୃତ୍ତି ଟଙ୍କା ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଇଥିଲା ।

ଏଥିପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଥିଲେ ବିଜେଡି ସରକାର । ମୋହନ ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ନେଇ କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com