ଓଡ଼ିଶା

ନିମ୍ନ ମାନର ଛତୁଆ ଦେଉଥିଲେ, ଏଜେନ୍ସି ଉପରେ ହେବ କଡ଼ା କାର୍ଯ୍ୟlନୁଷ୍ଠାନ: ପ୍ରଭାତୀ ପରିଡ଼ା

ଭୁବନେଶ୍ଵର: ଯାଞ୍ଚ ହେବ ଛତୁଆ । ଏନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୁରମା ପାଢୀ । ଆଜି ଅର୍ଥାତ ଶନିବାର ଦିନ ବିଧାନସଭା ପ୍ରଶ୍ନକାଳରେ ଛତୁଆ ଦୁର୍ନୀତି ନେଇ ଏକାଧିକ ବିଧାୟକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।

ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସି ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ।

ଅନ୍ୟପଟେ ଛତୁଆର ମାନ ନିର୍ଦ୍ଧାରଣ ନେଇ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ ଏକାଧିକ ବିଧାୟକ ପ୍ରଶ୍ନ କରିବା ସହ ଉଦବେଗ ପ୍ରକାଶ କରିବାରୁ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ବାଚସ୍ପତି ସୁରମା ପାଢୀ ।

ଏବଂ ଏହା ସହ ୫ ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ବିବରଣୀ ମାଗିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଛତୁଆର ମାନ ଯାଞ୍ଚ୍ ହେବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ୍ କରି ଗୃହରେ ରିପୋର୍ଟ ଦେବାକୁ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com