ଓଡ଼ିଶା

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ; ପୂଜା ପାଇଁ ସିସିଟିଭି ନଜରରେ ରହିବ ସାରା ସହର

ଭୁବନେଶ୍ୱର: ଦୁର୍ଗାପୂଜା ଭସାଣିରେ ଆଉ ବାଜିବନି ଡିଜେ । ଚଳିତବର୍ଷ ଅର୍ଥାତ ଆସନ୍ତା ଅକ୍ଟୋବର ୧୪ରେ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ କମିଶନର। ଏନେଇ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି।

ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ କରାଯାଇଛି । ତେବେ ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ପୋଲିସ କମିଶନର। ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବାଜିପାରିବ।

ଜୋରଜବରଦସ୍ତ ଚାନ୍ଦା ମାଗିଲେ କିମ୍ବା ଡିଜେ ବଜାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

ତେବେ ଏହା ପୂର୍ବରୁ ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ କରାଯାଇଥିଲା । ଡିଜେ ବଦଳରେ ପାରମ୍ପରିକ ବାଦ୍ୟ ବାଜିବ । ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍ କରାଯାଇଛି । ଏହା ସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।

ଏଥର ସେପ୍ଟେମ୍ୱର ୭ରେ ପଡୁଛି ଗଣେଶ ପୂଜା । ତା ପୂର୍ବରୁ ଅଗଷ୍ଟ ୧୮ରେ ଏକ କୋ-ଅର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ବସିଥିଲା । ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଥିଲା ।

ଅନ୍ୟପଟେ ଏଥର ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ନେବା ଜରୁରୀ କରାଯାଇଛି । ଚଳିତ ଥର ପୂଜା ପାଇଁ ସିସିଟିଭି ନଜରରେ ସାରା ସହରରେ ରହିବ । ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି ।

୭ରେ ଗଣେଶ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣି ପାଇଁ ସ୍ଥିର କରାଯାଇଛି । ପୋଲିସର ସମସ୍ତ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଥିଲେ ରାଜଧାନୀର ସମସ୍ତ ପୂଜା କମିଟି ।

Related Articles

Back to top button
WP Twitter Auto Publish Powered By : XYZScripts.com