ଓଡ଼ିଶାଜାତୀୟବାଣିଜ୍ୟ

ଗ୍ୟାସ ସିଲିଣ୍ଡର ଉପରେ ମହଙ୍ଗା ଚଡ଼କ, କେତେ ଟଙ୍କା ବୃଦ୍ଧି ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡ଼। ଆଜିଠୁ ସିଲିଣ୍ଡର ଉପରେ ମହଙ୍ଗା ମାଡ। ତେଲ ବ୍ୟବସାୟ କମ୍ପାନୀଗୁଡ଼ିକ ରବିବାର ୧୯ କେଜି ପ୍ରତି ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଭଳି ପରିସ୍ଥିତିରେ ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ବିକ୍ରିହେବ।

ଆଇଓସିଏଲ୍ ୱେବସାଇଟ୍ ଅନୁଯାୟୀ, ଆଜିଠାରୁ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ସୂଚନା‌ଯୋଗ୍ୟ, ଗତ ଅଗଷ୍ଟ ମାସରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ କମ୍ପାନୀଗୁଡିକ ଏହାର ଦର ୮.୫୦ ଟଙ୍କା ବୃଦ୍ଧି କରିଥିଲେ କିନ୍ତୁ ଏଥର ଏହା ୩୯ ଟଙ୍କା ବୃଦ୍ଧି କରାଯାଇଛି।

ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦର ୩୦ ଟଙ୍କା ହ୍ରାସ କରିଥିଲେ। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ ହୋଇନି। ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦର ୧୬୯୧.୫୦ ଟଙ୍କା ରହିଛି।

ମୁମ୍ବାଇରେ ମୂଲ୍ୟ ବୃଦ୍ଧି ପାଇଁ ୧୬୪୪ଟଙ୍କାରେ ପହଞ୍ଚିଛି। ସେହିଭଳି କୋଲକାତାରେ ୧୭୬୪.୫୦ ରୁ ୧୮୦୨.୫୦ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ସିଲିଣ୍ଡର ବର୍ତ୍ତମାନ ୧୮୫୫ ଟଙ୍କାରେ ଉପଲବ୍ଧ ହେଉଛି। ଏହା ବ୍ୟତୀତ ଏଭିଏଶନ ଟର୍ବାଇନ ଇନ୍ଧନ ଏବଂ CAG-PNG ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com