ଜାତୀୟ
ଅରବିନ୍ଦ କେଜ୍ରିୱାଲ୍ଙ୍କ ଘର ଭଙ୍ଗାରୁଜା ମାମଲା: ୮ଜଣ ଗିରଫ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି। ଏଥିରେ ଜଡ଼ିତ ଥିବା ଆହୁରି କିଛି ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି। ଏଥିପାଇଁ ଦିଲ୍ଲୀ ପୁଲିସର ୬ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ଥିବା ସିସିଟିଭି କ୍ୟାମେରା ସବୁ ଭଙ୍ଗା ଯାଇଥିଲା। କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ନିରାପତ୍ତା ବ୍ୟାରିୟର୍କୁ ମଧ୍ୟ ଟପି ଯାଇଥିଲେ।
‘ଦି କଶ୍ମୀର ଫାଇଲ୍ସ୍’ର ପ୍ରଚାର କରୁଛି କହି ଦିଲ୍ଲୀ ବିଧାନସଭାରେ ପ୍ରଦାନ କରିଥିବା ଭାଷଣରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ୍ ‘ବିଜେପି’କୁ ତୀବ୍ର ସମାଲୋଚନା କରିଥିଲେ।
