ଓଡ଼ିଶାରାଜନୀତି

ଓଡିଶା କଂଗ୍ରେସକୁ ମିଳିଲା ୨ସହପ୍ରଭାରୀ । ଉଲ୍ଲାକାଙ୍କୁ ବଡ ଦାୟିତ୍ୱ । ଦେଖନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ଭାଙ୍ଗି ସାରିଛି ଓଡିଶା କଂଗ୍ରେସ । ଗତ ଜୁଲାଇ ୨୧ରୁ ପିସିସିକୁ ଭାଙ୍ଗି ଦିଆଯାଇଛି । ଏହାପରେ ନିକଟରେ ଏଆଇସିସି ଗଢିଛି ଏକ ଷ୍ଟିୟରିଂ କମିଟି । ଯେଉଁଥିରେ ବଛା ବଛା ୧୪ଜଣ ନେତାଙ୍କୁ ସ୍ଥାନ ମିଳିଛି । ଆଉ ଏହି କମିଟି ହିଁ ରାଜ୍ୟ କଂଗ୍ରେସକୁ ଚଳାଉଛି ।

ଏଭଳି ସମୟରେ କଂଗ୍ରେସକୁ ଦୁଇ ଜଣ ସହ ପ୍ରଭାରୀ ଦେଇଛି ଏଆଇସିସି । ମହମ୍ମଦ ସାହାନୱାଜ ହୁସେନ୍‌ ଚୌଧୁରୀ ଓ ରୋଜଲୀନା ତିର୍କୀଙ୍କୁ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଏହି ଦୁଇ ଯୁବ ନେତା ଓ ନେତ୍ରୀ ଓଡ଼ିଶା କଂଗ୍ରେସର ପ୍ରଭାରୀ ତଥା ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ରହିଥିବା ଅଜୟ କୁମାରଙ୍କୁ ସହଯୋଗ କରିବେ ବୋଲି ଜଣାପଡିଛି ।

ଏହାପରେ ଏବେ ରାଜ୍ୟ କଂଗ୍ରେସରେ ଜୋର ଧରିଛି ଆଲୋଚନା । ସହ ପ୍ରଭାରୀଙ୍କର ଦଳର କେଉଁ ଗୋଷ୍ଠୀ ସହ ଭଲ ସମ୍ପର୍କ? କାହାର ଦବଦବା ବଢ଼ିବ ? ଆଗକୁ ପ୍ରଭାରୀ ଅଜୟ କୁମାର ବଦଳିବେ କି? କିଏ ହେବ ପିସିସିର ନୂଆ ସଭାପତି, ସେ ନେଇ ବେଶ ଚର୍ଚ୍ଚା ଜୋର ଧରିଛି ।

ତେବେ ପୂର୍ବରୁ ସାହାନୱାଜ ରାଜ୍ୟ କଂଗ୍ରେସର ସହପ୍ରଭାରୀ ଭାବେ କାର୍ୟ୍ୟ କରୁଥିବା ବେଳେ ପୁଣି ଥରେ ଏଆଇସିସି ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି । ଅନ୍ୟପଟେ ଓଡ଼ିଶାରୁ ଏକମାତ୍ର କଂଗ୍ରେସ ସାଂସଦ ଥିବା କୋରାପୁଟରୁ ସପ୍ତିଗିରି ଉଲାକାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି ।

ଝାଡ଼ଖଣ୍ଡର ସହପ୍ରଭାରୀ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଶ୍ରୀ ଉଲ୍ଲାକାଙ୍କୁ ଏହି ଗୁରୁଦାୟିତ୍ୱ ଏଆଇସିସି ପ୍ରଦାନ କରିଛି । ଶ୍ରୀ ଉଲାକା ପୂର୍ବରୁ ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶ କଂଗ୍ରେସର ସହ ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ନିଯୁକ୍ତି ପରେ ସେ ପିସିସି ସଭାପତି ଦୌଡ଼ରେ ନଥିବା ସ୍ପଷ୍ଟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com